ମହିଳା ପୁଲିସ କନ୍‌ଷ୍ଟେବଳଙ୍କୁ ହତ୍ୟା, ବିଏସ୍‌ଏଫ୍‌ ଯବାନ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା ଅଭିଯୋଗରେ ଜଣେ ବିଏସ୍‌ଏଫ୍‌ ଯବାନ ଗିରଫ ହୋଇଛନ୍ତି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପାଲମ ଅଞ୍ଚଳରେ ରହୁଥିବା ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ବାସଭବନରେ ନରେଶ ଯାଦବ ନାମକ ଜଣେ ବିଏସ୍‌ଏଫ ଯବାନ ହତ୍ୟା କରିଛନ୍ତି। ଦିଲ୍ଲୀ ପୁଲିସର କହିବା ଅନୁସାରେ, ବିଏସ୍‌ଏଫ୍‌ ଯବାନ ‌ନରେଶ ଦୀର୍ଘଦିନ ଧରି ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କ ସହ ଏକତ୍ର ରହି ଆସୁଥିଲେ। ନରେଶ ବିବାହିତ ଥିଲେ ଏବଂ ତାଙ୍କର ପତ୍ନୀ ଓ ପୁଅଝିଅ ରେୱାରିରେ ରହୁଥିଲେ। ଅପରପକ୍ଷେ, ୨୩ ବର୍ଷୀୟ ମହିଳା କନଷ୍ଟେବଳ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପାଲମ ଅଞ୍ଚଳରେ ରହୁଥିଲେ। ସେ ତିହାର ଜେଲ୍‌ରେ ନିଯୁକ୍ତି ପାଇଥିଲେ। ଗତ ବୁଧବାର ଦିନ ସନ୍ଧ୍ୟାରେ ସମ୍ପୃକ୍ତ କନଷ୍ଟେବଳ ତିହାର ଜେଲରୁ ନିଜ ଘରକୁ ଫେରୁଥିବାବେଳେ ବାଟରେ ଅନ୍ୟ ଜଣେ ପୁରୁଷଙ୍କ ସହ କଥା ହେଉଥିବାର ଦେଖି ବିଏସ୍‌ଏଫ୍‌ ଯବାନ ନରେଶ ଉତ୍‌କ୍ଷିପ୍ତ ହୋଇ ହିତାହତ ଜ୍ଞାନ ହରାଇ ମହିଳା କନ୍‌ଷ୍ଟେବଳଙ୍କୁ ଆଘାତ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର