ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସାଥୀ ଯବାନଙ୍କ ପାର୍ଥିବ ଶରୀରକୁ ଦେଖି ହୃଦଘାତରେ ବିଏସ୍‌ଏଫ୍‌ ଯବାନଙ୍କ ଉଡିଗଲା ପ୍ରାଣବାୟୁ

ପୁଲୱାମା: ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ସାରା ଦେଶରେ ପ୍ରତିଶୋଧନ ନିଆଁରେ ଜଳୁଛି। ୪୦ବୀରପୁତ୍ରଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି ଓ ସେମାନଙ୍କ ପରିବାରବର୍ଗ। ବିହାର ସାସାରାମରେ ସହିଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ନେବାବେଳେ ଜଣେ ଯବାନ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଏଥିରେ ବିହାର ସାସାରାମରେ ବସବାସ କରୁଥିବା ଯବାନ ବି ସହିଦ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣରେ ସାଥୀ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ଦେଖି ସାଥୀ ବିଏସଏଫରର ଏଏସଆଇ ପଦରେ ନିଯୁକ୍ତ ଥିବା ଯବାନ ନିତ୍ୟାନନ୍ଦ ସିଂ ସହିପାରି ନଥିଲେ। ଫଳରେ ନିତ୍ୟାନନ୍ଦ ସିଂ ହୃଦଘାତରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାହା ଖେଳିଯାଇଛି ।

କୁହାଯାଉଛି ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କୁ ମଧ୍ୟରୁ କିଛି ଯବାନ ନିତ୍ୟାନନ୍ଦଙ୍କ ଭଲ ବନ୍ଧୁ ଥିଲେ। ବନ୍ଧୁଙ୍କ ଏପରି ଅବସ୍ଥା ଦେଖି ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିଲେ।

ସମ୍ବନ୍ଧିତ ଖବର