ଜମ୍ମୁ: ଶନିବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏକ ୧୪ ଫୁଟ୍ ଲମ୍ବବିଶିଷ୍ଟ ଆବିଷ୍କାର କରିଛି। ଆର୍ଣ୍ଣିଆ ଅଞ୍ଚଳ ଅନ୍ତର୍ଗତ ପାକିସ୍ତାନ ପଟ ଆନ୍ତର୍ଜାତିକ ସୀମାରେଖା ପାର୍ଶ୍ୱରେ ଏହି ଶସ୍ତ୍ର ଭଣ୍ଡାର ସୁଡ଼ଙ୍ଗଟି ଖୋଳାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଆନ୍ତର୍ଜାତିକ ସୀମାରେଖା ଧାରେ ଧାରେ ଦାମାନା ନିକଟବର୍ତ୍ତୀ ବିକ୍ରମ ଏବଂ ପଟେଲ୍ ପୋଷ୍ଟ୍ ମଧ୍ୟରେ ସାନିଟାଇଜେସନ୍ ଅପରେସନ୍ ସମୟରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଆବିଷ୍କାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଆଲର୍ଟ ଟ୍ରୁପ୍ମାନେ ଠାବ କଲାବେଳେ ଏହି ଟନେଲ୍ର ଲମ୍ବ ଥିଲା ୧୪ ଫୁଟ୍। ସଶସ୍ତ୍ର ଅନୁପ୍ରବେଶକାରୀମାନେ ସେଠାରେ ଉପସ୍ଥିତ ରହି ପୁଣି କୌଣସିମତେ ଫେରିଯାଇଥିବାର ସୂଚନା ମିଳୁଛି ବୋଲି ସୁଡ଼ଙ୍ଗ ତଲାସବେଳେ ସେଥିରେ ଥିବା ଶସ୍ତ୍ର ଭଣ୍ଡାରରୁ ଜଣାପଡ଼ିଥିବା କଥା ଅଧିକାରୀମାନେ କହିଛନ୍ତି।
ନିକଟ ଅତୀତରେ ପାକିସ୍ତାନୀ ସେନାଦ୍ୱାରା ଆନ୍ତର୍ଜାତିକ ସୀମାରେଖା ଧାରେ ଧାରେ ସୀମାପାରି ସେଲିଙ୍ଗ୍ ମାଡ଼ କରିବା ଯୋଗୁଁ ସୁଡ଼ଙ୍ଗ ଠାବ କରିବାକୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିବା କଥା ଅଧିକାରୀମାନେ କହିଛନ୍ତି। ପାକିସ୍ତାନର ସେଲିଙ୍ଗ୍ ମାଡ଼ ଯୋଗୁଁ ଜଣେ ସୈନିକ, ଜଣେ ମହିଳା ଏବଂ ଅନେକ ସାଧାରଣ ନାଗରିକ ଆହତ ହୋଇଥିଲେ।