ବିଏସଏନଏଲ୍ ଆଣିଲା ନୂଆ ପ୍ଲାନ୍‌: ମାତ୍ର ୪୯୯ ଟଙ୍କା ରିଚାର୍ଜରେ ଦୈନିକ ୨ ଜିବି ଡାଟା ସହ ୯୦ ଦିନର ବୈଦ୍ଧତା 

ନୂଆଦିଲ୍ଲୀ: ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌)  ତା’ର ୨ ଟି ରିଚାର୍ଜ ପ୍ଲାନର ପରିବର୍ତ୍ତନ କରିଛି । କମ୍ପାନୀ ତରଫରୁ ୪୯୯ ଟଙ୍କିଆ ଓ ୧୯୮ ଟଙ୍କିଆ ପ୍ଲାନରେ ପରିବତ୍ତନ କରିଛି । ୪୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କ ପାଇଁ ଅଧିକ ଲାଭ ଆଣିଥିବା ବେଳେ ୧୯୮ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କ ଲାଭ କମାଇ ଦେଇଛି ।

କମ୍ପାନୀର ୪୯୯ ଟଙ୍କିଆ ପ୍ଲାନରେ ଏବେ ପ୍ରତିଦିନ ୨ ଜିବି ଡାଟା ଦିଆଯାଉଛି, ଯାହାକି ପୂର୍ବରୁ କେବଳ ଦୈନିକ ୧ ଜିବି ଡାଟା ଦିଆଯାଉଥିଲା । ସେହିଭଳି ପ୍ରଥମେ ୪୯୯ ଟଙ୍କିଆ ପ୍ଲାନରେ ବୈଦ୍ଧତା ୮୪ ଦିନ ଥିବା ବେଳେ ଏବେ କମ୍ପାନି ଏହାକୁ ୯୦ ଦିନକୁ ବୃଦ୍ଧି କରିଛି । ଏହା ବ୍ୟତୀତ ପୂର୍ବ ୪୯୯ ଟଙ୍କିଆ ପ୍ଲାନରେ ଯାହା ସୁବିଧା ଥିଲା ତାହା ଉପଲବ୍ଧ ହେଉଛି  । ଯେମିତିକି ଅସିମୀତ କଲ ଓ ଦୈନିକ ୧୦୦ ମେସେଜ୍ ।

ଅନ୍ୟପଟେ ୧୯୮ ଟଙ୍କିଆ ପ୍ଲାନରେ ଏବେ ଗ୍ରାହକଙ୍କୁ କମ୍ ସୁବିଧା ଯୋଗାଇ ଦିଆଯାଉଛି । ପୂର୍ବରୁ ଏହି ପ୍ଲାନରେ ଦୈନିକ ୨ ଜିବି ଡାଟା ମିଳିବା ସହ ୫୪ ଦିନର ବୈଦ୍ଧତା ଥିଲା । ଏବେ ଏହି ପ୍ଲାନରେ ଦୈନିକ ୨ ଜିବି ଡାଟା ମିଳୁଥିବା ବେଳେ ୫୪ ଦିନର ବୈଦ୍ଧତାକୁ କମାଇ ୫୦ ଦିନ କରାଯାଇଛି । ଏହାସହ କଲର ଟ୍ୟୁନ୍ ସୁବିଧାକୁ ବି କମ୍ପାନୀ ତରଫରୁ ହଟାଇ ଦିଆଯାଇଛି । ଏହାସହ ପୂର୍ବଭଳି ଏହି ପ୍ଲାନରେ ଅସିମୀତ କଲ ଓ ଦୈନିକ ୧୦୦ ମେସେଜର ସୁବିଧା ବଳବତ୍ତର ରହିଛି    ।

ସମ୍ବନ୍ଧିତ ଖବର