ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ତାର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି।

Advertisment

ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ ଏକମାତ୍ର ଏପରି ଟେଲିକମ୍ କମ୍ପାନି ଯାହାକି ତାର ରିଚାର୍ଜ ଯୋଜନା ମୂଲ୍ୟ ବୃଦ୍ଧି କରିନାହିଁ । ଗତ ମାସରେ ଜିଓ, ​​ଏୟାରଟେଲ, ଭିଆଇ ସେମାନଙ୍କର ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ପରେ ଉକ୍ତ ଟେଲିକମ୍ କମ୍ପାନିର ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଓ, ​​ଏୟାରଟେଲ, ଭିଆଇ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବା ପରେ ଅନେକ ସଂଖ୍ୟକ ଗ୍ରାହକ ବିଏସ୍‌ଏନ୍‌ଏଲକୁ ବାଛିଛନ୍ତି। ବିଏସ୍‌ଏନ୍‌ଏଲ୍‌ ପୂର୍ବ ପରି କମ୍ ମୂଲ୍ୟରେ ରିଚାର୍ଜ ଯୋଜନା ଯୋଗାଉଥିବାବେଳେ କମ୍ପାନି ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ନେଇ ଆସିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସ୍‌ଏନ୍‌ଏଲ୍‌ ଖୁବ୍ ଶୀଘ୍ର ନିଜର ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ତେବେ ଏହି ସେବା ପ୍ରଥମ ପର୍ଯ୍ୟାୟରେ ଦେଶର ଅଳ୍ପ କିଛି ସହରରେ ଆରମ୍ଭ ହେବ। ବିଏସ୍ଏନ୍‌ଏଲ୍‌ର ୫ଜି ସେବା ଆରମ୍ଭ ‌ହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଅନ୍ୟ ଘରୋଇ ଟେଲିକମକମ୍ପାନିଗୁଡ଼ିକ ଉପରେ ପଡ଼ିବ ବୋଲି କୁହାଯାଉଛି। କାରଣ ୫ଜି ସେବା ଆରମ୍ଭ ହୋଇଗଲେ ବିଏସ୍ଏନ୍‌ଏଲ୍‌ବ୍ୟବହାରକାରୀମାନେ କମ୍ ମୂଲ୍ୟରେ କଲିଂ ସେବା ସହିତ ଶସ୍ତା ମୂଲ୍ୟରେ ହାଇ ସ୍ପିଡ୍ ଡାଟା ପାଇ ପାରିବେ ।

ବିଏସ୍ଏନ୍‌ଏଲ୍‌ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଗୁରୁଗ୍ରାମ ଭଳି ବଡ ସହରମାନଙ୍କରେ ନିଜର ୫ଜି ସେବାର ପ୍ରଥମ ପରୀକ୍ଷଣ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିବା ବି‌ଶେଷ ସୂତ୍ରରୁ ଖବର ମିଳିଛି।