ଆଇଏନ୍‌ଏଲଡି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା

ଲକ୍ଷ୍ନୌ: ବିଏସ୍‌ପି (ବହୁଜନ ସମାଜ ପାର୍ଟି) ଆଜି ହରିୟାଣାର ମୁଖ୍ୟ ବିରୋଧୀ ଆଇଏନ୍‌ଏଲଡି ସହ ୯ ମାସର ମେଣ୍ଟ ଭାଙ୍ଗି ଦେଇଛି। ବି‌ଦ୍ରୋହୀ ବିଜେପି ‌ନେତା ରାଜ କୁମାର ସାଇନିଙ୍କ ଦଳ ଲୋକତନ୍ତ୍ର ସୁରକ୍ଷା ପାର୍ଟି (ଏଲଏସ୍‌ପି) ସହ ମେଣ୍ଟ ପାଇଁ ବିଏସ୍‌ପି ଘୋଷଣା କରିଛି। ଜିନ୍ଦ୍‌ ଉପନିର୍ବାଚନରେ ଓମ୍‌ ପ୍ରକାଶ ଚୌତାଲାଙ୍କ ଦଳ ଆଇଏନ୍ଏଲଡିର ଶୋଚନୀୟ ପରାଜୟର କିଛିଦିନ ପରେ ବିଏସ୍‌ପି ଆଇଏନ୍‌ଏଲଡି ସହ ମେଣ୍ଟ ଭାଙ୍ଗି ‌ଦେଇଛି। ବିଏସ୍‌ପିର ହରିୟାଣା ପ୍ରଭାରୀ ମେଘରାଜ ଆଜି କହିଛନ୍ତି ଯେ ବିଏସ୍‌ପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ନିର୍ଦ୍ଦେଶକ୍ରମେ ବିଏସ୍‌ପି ଆଜି ଆଇଏନ୍‌ଏଲଡି ସହ ମେଣ୍ଟ ଭାଙ୍ଗିଛି। ପୂର୍ବରୁ ବିଏସ୍‌ପି ଏବଂ ଆଇଏନ୍‌ଏଲଡି ଏକତ୍ର ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ।
ଜୟଲଳିତା ମୃ୍ତ୍ୟୁ ମାମଲା

ସମ୍ବନ୍ଧିତ ଖବର