ସବୁଠାରୁ ଧନୀ ରାଜନୈତିକ ଦଳ ହେଉଛି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି

ଲକ୍ଷ୍ନୌ: ବ୍ୟାଙ୍କ୍‌ ବାଲାନ୍ସ ମାମଲାରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅନ୍ୟ ସମସ୍ତ ରାଷ୍ଟ୍ରୀୟ ଦଳ ଓ ଆଞ୍ଚଳିକ ଦଳ ଗୁଡିକୁ ପଛରେ ପକାଇ ଦେଇଛି। ଏହି ସୂଚନା ଏକ ଆଧିକାରିକ ରେକର୍ଡରୁ ମିଳିଛି। ବିଏସପି ପକ୍ଷରୁ ନିର୍ବାଚନ ଆୟୋଗକୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଏସ୍‌ପିର ବିଭିନ୍ନ ସରକାରୀ ବ୍ୟାଙ୍କ୍‌ରେ ଥିବା ଆଠଟି ଆକାଉଣ୍ଟରେ ମୋଟ୍‌ ୬୬୯ କୋଟି ଟଙ୍କା ଜମା ରହିଛି।

୨୦୧୪ ଲୋକସଭା ନିର୍ବାଚନରେ ବିଏସପିର ଆକାଉଣ୍ଟରେ ମାତ୍ର ୯୫.୫୪ ଲକ୍ଷ ଟଙ୍କା ଥିଲା। ଅପରପକ୍ଷରେ ସମାଜବାଦୀ ପାର୍ଟିର ବିଭିନ୍ନ ସରକାରୀ ବ୍ୟାଙ୍କ୍‌ରେ ଥିବା ଆକାଉଣ୍ଟରେ ମୋଟ୍‌ ୪୭୧ କୋଟି ଟଙ୍କା ଥିବା ଜଣାଯାଇଛି। ଏହି ମାମଲାରେ କଂଗ୍ରେସ ଦଳ ତୃତୀୟ ସ୍ଥାନରେ ରହିଛି। କଂଗ୍ରେସର ବିଭିନ୍ନ ସରକାରୀ ବ୍ୟାଙ୍କ୍‌ରେ ଥିବା ଆକାଉଣ୍ଟରେ ମୋଟ୍‌ ୧୯୬ କୋଟି ଟଙ୍କା ଥିବା ଜଣାଯାଇଛି ।

PHOTO-navbharattimes

ବିଜେପିର ବିଭିନ୍ନ ଆକାଉଣ୍ଟରେ ଏବେ ୮୨ କୋଟି ଟଙ୍କା ଜମା ଥିବା ସୂଚନା ମିଳିଛି। ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଟିଡିପି ପାଖରେ ୧୦୭ କୋଟି ଟଙ୍କା ଥିବା ଜଣାଯାଇଛି। ଏହି ତଥ୍ୟକୁ ବିଚାରକୁ ନେଲେ ଏବେ ମାୟାବତୀଙ୍କ ବିଏସପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ବୋଲି ବିବେଚିତ ହେବ।

ସମ୍ବନ୍ଧିତ ଖବର