ଲକ୍ଷ୍ମୌ: ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଗୁରୁବାର ଏକ ଶକ୍ତ ଝଟକା ଲାଗିଛି। ତାଙ୍କ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଇନ୍ଦ୍ରଜିତ ସରୋଜ ସମେତ ୯୪ଜଣ ନେତା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।  ସରୋଜ, ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ତଥା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ୯୪ଜଣ ନେତା ପାର୍ଟିରେ ସାମିଲ ହୋଇଥିଲେ।
ଇନ୍ଦ୍ରଜିତ ସରୋଜ କହିଛନ୍ତି, ‘ମୋ ଉପରେ ବିଜେପି ଓ କଂଗ୍ରେସରେ ସାମିଲ ହେବା ପାଇଁ ଜୋର ଥିଲା, କିନ୍ତୁ ଛାତ୍ର ଜୀବନରୁ ମୁଁ ବିଏସପ ସହିତ ଯୋଡ଼ି ହୋଇ ରହିଥିଲି। ସପାରେ କହିବା, ବସିବା ଓ ଉଠିବା ସବୁଥିରେ ଅଛି ସ୍ୱାଧୀତା। ବିନା ସର୍ତ୍ତରେ ମୁଁ ସପାରେ ସାମିଲ ହୋଇଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/akhilesh-21-1505993247.jpg)
