ଲକ୍ଷ୍ନୌ : ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ହଷ୍ଟେଲ୍ ବାହାରେ ବିଏସପି (ବହୁଜନ ସମାଜ ପାର୍ଟି) ନେତା ରାଜେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ଉତ୍ତ୍ୟକ୍ତ ବିଏସପି ସମର୍ଥକମାନେ ଦୋଷୀକୁ ତୁରନ୍ତ ଗିରଫ କରିବା ଦାବିରେ ହିଂସାତ୍ମକ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ୨ଟି ବସ୍ରେ ନିଅାଁ ଲଗାଇ ଦେଇଥିବା ବେଳେ ହସ୍ପିଟାଲରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ରାଜେଶ ତାଙ୍କର ଜଣେ ବନ୍ଧୁ ମୁକୁଲ ସିଂହଙ୍କ ସହ ତାରାଚାନ୍ଦ ହସ୍ପିଟାଲ୍ରେ ଜଣଙ୍କୁ ଭେଟିବାଲାଗି ଯାଇଥିଲେ। ସେଠାରେ କିଛି ଲୋକଙ୍କ ସହ ତାଙ୍କର କଳହ ହୋଇଥିଲା। ଫେରିବା ବେଳେ ରାସ୍ତାରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା।
ବିଏସପି ନେତାଙ୍କୁ ଗୁଳିକରି ହତ୍ୟା, ସମର୍ଥକମାନେ ବସ୍ ଜାଳିଦେଲେ
/sambad/media/post_attachments/wp-content/uploads/2017/10/bsp-leadershot-dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)