ବହୁଜନ ସମାଜ ପାର୍ଟିର ୧୫ ବରିଷ୍ଠ ନେତା ଭାଜପାରେ ଯୋଗ ଦେଇଥିବା ହେତୁ ଚିନ୍ତାରେ ମାୟାବତୀ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଛନ୍ତି। ହେଲେ ଭାରତୀୟ ଜନତା ପାର୍ଟିର ରଣନୀତି ଯୋଗୁଁ ଚିନ୍ତାରେ ଅଛନ୍ତି ବିଏସପି ସୁପ୍ରିମୋ। ଏହି ମେଣ୍ଟ ଘୋଷଣାର କିଛି ଦିନ ଭିତରେ ବିଏସପିର ୧୫ ଜଣ ବରିଷ୍ଠ ନେତା ଦଳ ଛାଡ଼ି ନେତା ଅଛନ୍ତି , ଯେଉଁମାନେ ୨୦୧୭ରେ ଉତ୍ତରପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁଜନ ସମାଜ ପାର୍ଟି ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ।

ବିଏସପିର ବିଜୟ ପ୍ରକାଶ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ସେ ଗତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିଏସପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଅମାନତ ହରାଇଥିଲେ। ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

କେବଳ ବିଏସପି ନୁହେଁ ବରଂ ସମାଜବାଦୀ ପାର୍ଟି,ଆର୍‌ଏଲଡି ଓ କଂଗ୍ରେସ ଦଳରୁ ମଧ୍ୟ ୨୮ ଜଣ ବରିଷ୍ଠ ନେତା ଦଳ ଛାଡ଼ି ଭାଜପାରେ ସାମିଲ ହୋଇଥିବା ଜଣାଯାଇଛି। ଏହା ଉତ୍ତର ପ୍ରଦେଶରେ ବିରୋଧୀ ଦଳମାନଙ୍କର ଚିନ୍ତା ବଢାଇ ଦେଇଛି।

ସମ୍ବନ୍ଧିତ ଖବର