କର୍ଣ୍ଣାଟକରେ ବିଏସପି ବିଧାୟକ ନିଲମ୍ବିତ

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରଙ୍କୁ ଆସ୍ଥା ଭୋଟ ବେଳେ ବିଏସପି ବିଧାୟକ ଏନ ମହେଶ ସମର୍ଥନ ନକରିବାରୁ ଦଳର ସୁପ୍ରିମୋ ମାୟାବତୀ ତାଙ୍କୁ ନିଲମ୍ବିତ କରିଛନ୍ତି। ସୁପ୍ରିମ‌ୋଙ୍କ ନିର୍ଦ୍ଦେଶ ସତ୍ତ୍ବେ ସେ ଆସ୍ଥା ଭୋଟ ବେଳେ ଗୃହରେ ଉପସ୍ଥିତ ରହି ନଥିଲେ। ତାଙ୍କର ଏହି ବିଶୃଙ୍ଖଳିତ ଆଚରଣ ପାଇଁ ଦଳ ତାଙ୍କୁ ତୁରନ୍ତ ନିଲମ୍ବନ କରିଛି। କର୍ଣ୍ଣାଟକରେ ସେ ବିଏସପିର ଏକମାତ୍ର ବିଧାୟକ ଥିଲେ।

ସମ୍ବନ୍ଧିତ ଖବର