ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି) ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବ ବୋଲି ଜଣାପଡ଼ିଛି। ବୁଧବାର ମାୟାବତୀ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଖବରକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି। ମାୟାବତୀ ଏକ ପ୍ରେସ୍ ବ୍ରିଫିଂରେ ଅଭିଯୋଗ କରିଥିଲେ ଯେ, ଏଆଇ ମାଧ୍ୟମରେ ଏପରି ମିଥ୍ୟା ରିପୋର୍ଟର ପ୍ରସାର କରାଯାଉଛି। ତାଙ୍କ ଦଳ ଏକୁଟିଅ ନିର୍ବାଚନ ଲଢ଼ିବ ବୋଲି ବାରମ୍ବାର ଘୋଷଣା କରିବା ସତ୍ତ୍ବେ ଏପରି ମିଥ୍ୟା ଖବର ପ୍ରସାରିତ ହେବାରେ ଲାଗିଛି।
୨୦୨୫ ଅକ୍ଟୋବର ୯ରେ ଦଳର ପ୍ରତିଷ୍ଠାତା କାଂଶୀରାମ ପୁଣ୍ୟତିଥିରେ ଦଳ ଲକ୍ଷ୍ନୌରେ ଏକ ମେଗା ରାଲି କରି ଏ ବିଷୟରେ ଘୋଷଣା କରିଥିଲା। ତଥାପି କିଛି ଲୋକ ଓ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାର କରିବା ଦିଗରେ କାମ କରୁଛନ୍ତି। ମାୟାବତୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ, ସମାଜବାଦୀ ପାର୍ଟି ଓ ବିଜେପିର ମାନସିକତା ସଂକୀର୍ଣ୍ଣ ଓ ସେମାନେ ବିଆର୍ ଆମ୍ବେଦକରଙ୍କ ନୀତିଆଦର୍ଶକୁ ବିରୋଧ କରନ୍ତି। ୨୦୨୭ରେ ବିଏସ୍ପି ୨୦୦୭ ମସିହାଠାରୁ ମଧ୍ୟ ଅଧିକ ଆସନ ଆଣି ଏକୁଟିଆ ସରକାର ଗଢ଼ିବ ବୋଲି ମାୟାବତୀ ଆଶାବ୍ୟକ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/18/new-project-6-2026-02-18-18-57-57.jpg)