କଂଗ୍ରେସ ମନେ ମନେ ଭାବୁଛି ଏକାକୀ ବିଜେପିକୁ ହରେଇ ଦେବ : ମାୟାବତୀ

 ବିଏସପି ଏକାକୀ ଲଢିବ ରାଜସ୍ଥାନ, ମଧ୍ୟପ୍ରଦେଶ ନିର୍ବାଚନ

ନୂଆଦିଲ୍ଲୀ : ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳମାନେ ଗଠନ କରିଥିବା ମହାଗଠବନ୍ଧନକୁ ଏକ ଶକ୍ତ ଧକ୍କା ଲାଗିଛି । ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ଆଗାମୀ ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଏକାକୀ ଲଢିବ ବୋଲି ଘୋଷଣା କରିଛନ୍ତି । ମାୟାବତୀଙ୍କ ଏହି ଘୋଷଣା ପରେ ଏହି ଦୁଇ ରାଜ୍ୟରେ ବିଜେପିକୁ ହରାଇବାର ସ୍ୱପ୍ନ ଦେଖୁଥିବା କଂଗ୍ରେସକୁ ଧକ୍କା ଲାଗିଛି । ମାୟାବତୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ସେ କହିଛନ୍ତି ଯେ ଅହଙ୍କାରୀ କଂଗ୍ରେସ ମନେ ମନେ ଭାବୁଛି ଯେ ଏହା ଏକାକୀ ବିଜେପିକୁ ହରେଇଦେବ । କିନ୍ତୁ କଂଗ୍ରେସ ଭୁଲିଯାଉଛି ଯେ ଲୋକମାନେ ଏବେ ମଧ୍ୟ କଂଗ୍ରେସ ଉପରେ ରାଗିଛନ୍ତି । କାରଣ ଏହି ଦଳ ଦେଶର ଦୁର୍ବଳ ଶ୍ରେଣୀ ପାଇଁ କୌଣସି କାମ କରିନାହିଁ । ସେଇଥିପାଇଁ କଂଗ୍ରେସ ସାରା ଦେଶର ପୋଛି ହୋଇଯାଇଥିଲା, କିନ୍ତୁ ଏହି ଦଳ ଏବେ ଏକାକୀ ବିଜେପିକୁ ହରାଇବାକୁ ଚାହୁଁଛି । ସେ ମଧ୍ୟ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଆରଏସଏସ ଏଜେଣ୍ଟ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର