ଲକ୍ଷ୍ନୌ; ଲୋକସଭା ନିର୍ବାଚନ ପାଇଁ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ବର୍ତ୍ତମାନ ସୁଦ୍ଧା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ନିର୍ବାଚନୀ ପ୍ରଚାର ପାଇଁଦଳ ପକ୍ଷରୁ ସମ୍ପୂର୍ଣ୍ଣ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦଳୀୟ ସୂଚନା ଅନୁସାରେ ମାୟାବତୀ ଏବଂ ତାଙ୍କ ପୁତୁରା ଆକାଶ ଆନନ୍ଦ ଆସନ୍ତା ୬୦ ଦିନରେ ୬୫ରୁ ଅଧିକ ଜନସଭା କରିବାକୁ ଯାଉଛନ୍ତି। ଏନେଇ ଦଳ ପକ୍ଷରୁ ‘ହେଲିକପ୍ଟର ପ୍ଲାନ୍’ ପ୍ରସ୍ତୁତ କରାଯାଇଛି। କମ୍ ସମୟ ମଧ୍ୟରେ ବିଭିନ୍ନ ଜନସଭାରେ ଯୋଗଦେବା ପାଇଁ ‘ହେଲିକପ୍ଟର ହିଁ ଏକମାତ୍ର ମାଧ୍ୟମ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଚଳିତ ସପ୍ତାହ ଶେଷ ସୁଦ୍ଧା ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର୍ କରାଯିବ। ମାୟାବତୀଙ୍କ ପୂର୍ବରୁ ଆକାଶ ପ୍ରଚାର କାର୍ଯ୍ୟ ସମ୍ଭାଳିବେ। ଉତ୍ତରପ୍ରଦେଶରେ ପ୍ରଚାରର ଦାୟିତ୍ବ ଆକାଶଙକ ଉପରେ ନ୍ୟସ୍ତ କରାଯାଇଛି। ପଶ୍ଚିମ ଉତ୍ତରପ୍ରଦେଶରୁ ଆକାଶ ପ୍ରଚାର ଆରମ୍ଭ କରିବେ। ଏପ୍ରିଲ୍ ୬ରୁ ଆକାଶ ନଗିନାରୁ ଜନସଭା ଆରମ୍ଭ କରିବେ। ଏହା ପରେ ୭ ଏପ୍ରିଲ୍ରେ ଖୁର୍ଜା ଏବଂ ବୁଲନ୍ଦ ସହରରେ ଦଳ ପକ୍ଷରୁ ନିର୍ବାଚନୀ ଜନସଭା କରାଯିବ। ଦଳ ପକ୍ଷରୁ ଏପ୍ରିଲ୍ ୧୧ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରଚାର କାର୍ଯ୍ୟକ୍ରମର ତାଲିକା ପ୍ରସ୍ତୁତ କରାଯାଇଛି।
ଏପ୍ରିଲ୍ ୧୧ ମଥୁରା ଏବଂ ଆଗ୍ରାରେ ବିଏସ୍ପି ପକ୍ଷରୁ ଜନସଭା ଆୟୋଜନ କରାଯିବ। ଏପ୍ରିଲ୍ ୧୩ରେ ଅଲ୍ଲୀଗଡ଼, ହାଥରସ୍ ଏବଂ ୧୭ ଏବଂ ଏପ୍ରିଲ୍ରେ ସହାରନପୁରରେ ଆୟୋଜିତ ହେବାକୁ ଥିବା ଜନସଭାକୁ ଆକାଶ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମାୟାବତୀ ୪୦ରୁ ଅଧିକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-01-at-8.01.51-PM.jpeg)