ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବିଟେକ୍ ଶିକ୍ଷା

ନୂଆଦିଲ୍ଲୀ :  ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠ୍ୟକ୍ରମ ପ୍ରଦାନକୁ ଅନୁମତି ଦିଆଯାଇଛି । ଅନ୍ୟ ଭାଷାଗୁଡ଼ିକ ହେଲେ ମରାଠି, ହିନ୍ଦୀ, ତେଲଗୁ, କନ୍ନଡ,ତାମିଲ, ଗୁଜୁରାଟି, ବଙ୍ଗଳା, ମାଲାୟଲମ, ଆହମିୟା ଓ ପଞ୍ଜାବୀ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ ଏଆଇସିଟିଇ ପକ୍ଷରୁ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠ୍ୟକ୍ରମ ପ୍ରଦାନକୁ ଅନୁମତି ଦିଆଯାଇଛି । ମୁଖ୍ୟଧାରା ଶିକ୍ଷାରେ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରେ୍ସାହିତ  କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତିବଦ୍ଧ । ଜାତୀୟ ଶିକ୍ଷାନୀତିରେ ବି ବିଭିନ୍ନ ଅଂଚଳରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଏହା ପୂର୍ବରୁ ଦେଶର ୮ଟି ରାଜ୍ୟରେ ଥିବା ୧୪ଟି ଇଂଜିନିୟରିଂ କଲେଜ ବିଭିନ୍ନ ଆଞ୍ଚଳିକ ଭାଷାରେ କେତେକ ପାଠ୍ୟକ୍ରମ ପ୍ରଦାନ ପାଇଁ ଘୋଷଣା କରିଥିଲେ । ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ ଏହାକୁ ସ୍ବାଗତ କରିଛନ୍ତି ।

 

ସମ୍ବନ୍ଧିତ ଖବର