ହାଇଦ୍ରାବାଦ: ଶଙ୍କରପଲ୍ଲୀ ଅଞ୍ଚଳରେ ଥିବା ନିଜ ଘରେ ଜଣେ ବି. ଟେକ୍ ଛାତ୍ରୀ ଦେହରେ ନିଅାଁ ଲଗାଇ ଆତ୍ମହତ୍ୟା କରିଥିବା କଥା ରବିବାର ଦିନ ପୁଲିସ କହିଛି।
ସବୁବେଳେ କାହିଁକି ଫୋନ୍ରେ କଥାବାର୍ତ୍ତା ଏବଂ ଚାଟିଙ୍ଗ୍ କରୁଛି ବୋଲି ମାଆ ପଚାରିବାରୁ ସେ ଚିଡ଼ି ଯାଇଥିବା କୁହାଯାଉଛି।
ଶନିବାର ଦିନ ଘରେ କେହି ନ ଥିବା ବେଳେ ଦ୍ୱିତୀୟ ବାର୍ଷିକ ବି. ଟେକ୍ କୋର୍ସ ପଢୁଥିବା ସେ ଯୁବତୀଜଣକ ନିଜ ଦେହରେ କିରାସିନି ତେଲ ଢାଳି ହୋଇ ନିଅାଁ ଲଗାଇ ଦେଇଥିଲେ ବୋଲି ଶଙ୍କରପଲ୍ଲୀ ଥାନା ଇନ୍ସ୍ପେକ୍ଟର୍ ଏନ୍. ଲିଙ୍ଗାୟା କହିଛନ୍ତି।
ଘଟନାସ୍ଥଳରେ ହିଁ ସେ ଝିଅର ମୃତ୍ୟୁ ଘଟିଥିଲା।
ଲିଙ୍ଗାୟା କହିଛନ୍ତି: ଝିଅ ପ୍ରେମିକ ସହ ଗପୁଛି ବୋଲି ସନ୍ଦେହ କରି ତା’ର ମାଆ ଶୁକ୍ରବାର ଦିନ ତାକୁ କହିଲେ କି, ସେ କାହିଁକି ସବୁବେଳେ ଫୋନ୍ରେ କଥାବାର୍ତ୍ତା ଏବଂ ଚାଟିଙ୍ଗ୍ କରୁଛି। ମାଆ ଫୋନ୍ ନେଇ ଆସି ଦେଖିଲେ କି, ଝିଅ ଗୋଟାଏ ନୂଆ ସିମ୍ କାର୍ଡ ବ୍ୟବହାର କରୁଛି। ଫଳରେ ଦୁହିଁଙ୍କ ମଧ୍ୟରେ ଚଢ଼ାଉତାର ଲାଗିଥିଲା।
ମୃତ ଛାତ୍ରୀ ତାଙ୍କର ମାଆ ଓ ଭାଇଙ୍କ ସହ ରହୁଥିଲା।
ଆଇପିସି ଧାରା ୧୭୪ ଆଧାରରେ ଏକ ମାମଲା ରୁଜୁ କରାଯାଇଛି।