ଆଗ୍ରାରେ ବିଟେକ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଲ‌କ୍ଷ୍ନୌ : ଲକ୍ଷ୍ନୌରେ ଜଣେ ପ୍ରଥମ ବର୍ଷ ବିଟେକ୍‌ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଛାତ୍ରୀ ଜଣକ ଗତ ମଙ୍ଗଳବାର ସନ୍ଧ୍ୟାରେ କୋଚିଂ କ୍ଲାସ୍‌ ପାଇଁ ଯାଉଥିବା ସମୟରେ ବାଟରେ ତାଙ୍କୁ ଦୁଇଜଣ ଯୁବକ ଅଟକାଇଥିଲେ ଏବଂ ଏକ ନିର୍ଜନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥ‌ିଲେ। ପରେ ଅନ୍ୟ ୨ ଜଣ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ହୋଇଥି‌ଲେ ଏବଂ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିବାପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ପରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ଚିହ୍ନଟ କରି ଘରକୁ ଆଣିଥିଲେ। ପୀଡ଼ିତା ଜଣଙ୍କ ଏବେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର