କୋଲକାତା: ପଦ୍ମଭୂଷଣ ସମ୍ମାନ ଲାଗି ମନୋନୀତ ହୋଇଥିବା ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ୍ ନେତା ବୁଦ୍ଧଦେବ ଭଟ୍ଟାଚାର୍ଜୀ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଆଜି ସନ୍ଧ୍ୟା ବେଳେ ଏକ ବିବୃତି ଦେଇ ସେ କହିଛନ୍ତି, ‘ପଦ୍ମଭୂଷଣ ପୁରସ୍କାର ବିଷୟରେ ମୁଁ କିଛି ଜାଣିନାହିଁ। ମୋତେ କେହି ଜଣାଇ ନାହାନ୍ତି। ଯଦି ଏହି ପୁରସ୍କାର ଦିଆଯାଏ, ଏହାକୁ ମୁଁ ଗ୍ରହଣ କରିବି ନାହିଁ। ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି।’ ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଂପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଆଜି ସକାଳେ ବୁଦ୍ଧଦେବଙ୍କ ପତ୍ନୀଙ୍କ ସହିତ ସ୍ବରାଷ୍ଟ୍ର ସଚିବ ଫୋନରେ କଥା ହୋଇ ପୁରସ୍କାର ସଂପର୍କରେ ଜଣାଇଥିଲେ। ବୁଦ୍ଧଦେବଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିବା ଲାଗି ରାଜି ହେବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। କୌଣସି ବ୍ୟକ୍ତି ସାଧାରଣତଃ ପଦ୍ମଭୂଷଣ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରୁନଥିବା ବେଳେ ବୁଦ୍ଧଦେବଙ୍କ ଏଭଳି ଆଭିମୁଖ୍ୟ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କର କଟ୍ଟର ବିରୋଧୀ ରୂପେ ପରିଚିତ ୭୭ ବର୍ଷୀୟ ବୁଦ୍ଧଦେବ ଦୀର୍ଘ ଦିନ ହେବ ବାର୍ଧକ୍ୟକାଳୀନ ଅସୁସ୍ଥତା ଯୋଗୁଁ ଶଯ୍ୟାସାୟୀ ଅଛନ୍ତି।
ପଦ୍ମଭୂଷଣ ସମ୍ମାନ ପ୍ରତ୍ୟାଖ୍ୟାନ କଲେ ବୁଦ୍ଧଦେବ
/sambad/media/post_attachments/wp-content/uploads/2022/01/d654gad465gda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)