ବାୟୁସେନା ହେଲିକାପ୍ଟର ଖସାଇବା ଘଟଣା : ୬ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଭାରତୀୟ ବାୟୁସେନା, ୨ ଅଫିସରଙ୍କୁ କୋର୍ଟ ମାର୍ସାଲ କରାଯିବ

ନୂଆଦିଲ୍ଲୀ : ଫେବ୍ରୁଆରୀ ୨୭ରେ ନିଜ ହେଲିକାପ୍ଟରକୁ ଗୁଳିକରି ଖସାଇଦେବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ବାୟୁସେନା । ଏହି ଘଟଣାରେ ସଂପୃକ୍ତ ୬ ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ଅଫିସରଙ୍କୁ କୋର୍ଟ ମାର୍ସାଲ କରାଯିବ । ଏହି ୨ ଜଣ ଅଫିସର ହେଉଛନ୍ତି ଗ୍ରୁପ କ୍ୟାପଟେନ ଓ ଓ୍ଵିଙ୍ଗ କମାଣ୍ଡର ପାହ୍ୟାର ।
ଗତ ୮ ତାରିଖରେ ନବନିଯୁକ୍ତ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ରାକେଶ କୁମାର ସିଂ ଭାଦୁରିଆ କହିଥିଲେ ଯେ ନିଜସ୍ୱ ହେଲିକାପ୍ଚରକୁ ନିଜେ ଖସାଇଦେବା ଏକ ଅକ୍ଷମଣୀୟ ତ୍ରୁଟି ।

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁଆରୀ ୨୭ରେ ପାକିସ୍ତାନ ବାୟୁସେନା ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡେଇଦେଇଥିଲା । ତେବେ ଏହି ଦିନ କଶ୍ମୀରର ବଡଗାମଠାରେ ଭାରତୀୟ ବାୟୁସେନାର ଏକ ହେଲିକାପ୍ଟରକୁ ପାକିସ୍ତାନର ଭାବି ବାୟୁସେନା ପକ୍ଷରୁ ଗୁଳିକରି ଖସାଇଦିଆଯାଇଥିଲା । ଫଳରେ ସେଥିରେ ବସିଥିବା ୬ ବାୟୁସେନା ଅଫିସର ଓ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର