ପ୍ରଥମ ଥର ପାଇଁ ବିରୋଧୀଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଁଇଲେ ମୋଦି: ‘ପୂର୍ଣ୍ଣାଙ୍ଗ’ ନୁହେଁ ନିର୍ବାଚନ ପୂର୍ବରୁ ‘ଅନ୍ତରୀଣ ବଜେଟ୍‌’ ଆଗତ ହେବ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମୋଦି ସରକାର ବିରୋଧୀଙ୍କ ଆମରେ ମୁଣ୍ଡ ନୁଆଁଇଛନ୍ତି। ଦେଶରେ ସର୍ବପ୍ରଥମ ଥର ପାଇଁ ନିର୍ବାଚନ ବର୍ଷରେ ‘ଅନ୍ତରୀଣ ବଜେଟ୍‌’ ବଦଳରେ ସଂସଦରେ ‘ପୂର୍ଣ୍ଣାଙ୍ଗ ବଜେଟ୍‌’ ଉପସ୍ଥାପନ କରିବେ ବୋଲି ସମସ୍ତ ପ୍ରସ୍ତୁତି ଶେଷ କରି ଏ ନେଇ ଘୋଷଣା ମଧ୍ୟ କରି ଦେଇଥିଲେ। ହେଲେ ମୋଦି ସରକାରଙ୍କର ଏହି ଘୋଷଣା ଗଣମାଧ୍ୟମରେ ପ୍ରସାରିତ ଓ ପ୍ରଚାରିତ ହେବା ପରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ବର୍ଷରେ ମୋଦି ସାରକାରଙ୍କ ଏ ପ୍ରକାର ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲେ। ଶେଷରେ ବିରୋଧୀଙ୍କ ବିରୋଧ ଓ ସମାଲୋଚନା ଆଗରେ ମୁଣ୍ଡ ନୁଆଁଇ ମୋଦି ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ବଦଳାଇ ଆଗାମୀ ବଜେଟ ‘ଅନ୍ତରୀଣ ବଜେଟ୍‌’ ହେବ ବୋଲି ଏକ ନୂତନ ଘୋଷଣାନାମା ଜାରି କରିଛନ୍ତି।

ପ୍ରସଂଗକ୍ରମେ ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରି ପହିଲାରେ ‘ଅନ୍ତରୀଣ ବଜେଟ୍‌’ ବଦଳରେ ‘ପୂର୍ଣ୍ଣାଙ୍ଗ ବଜେଟ୍‌’ ଉପସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ। ସାଧାରଣତଃ ଲୋକସଭା ନିିର୍ବାଚନ ପୂର୍ବରୁ ସରକାର ‘ଅନ୍ତରୀଣ ବଜେଟ୍‌’ ଉପସ୍ଥାପନା କରିଥାନ୍ତି। ଯାହାବି ହେଉ, ଏବର୍ଷ କିନ୍ତୁ କେନ୍ଦ୍ର ସରାକାର ଲୋକସଭା ନିର୍ବାଚନ ପୂର୍ବରୁ ଏପରି ଏକ ବଡ଼ କାର୍ଯ୍ୟ କରିବାର ନିଷ୍ପତ୍ତି ନେଇଥିଲେ।

ନିର୍ବାଚନ ପୂର୍ବରୁ ଏପରି ଭାବେ ‘ପୂର୍ଣ୍ଣାଙ୍ଗ ବଜେଟ୍‌’ ଉପସ୍ଥାପନା ସଂପର୍କରେ ବିଜେପି ପକ୍ଷରୁ କୁହାଯାଇଥିଲା କି ଅବଶ୍ୟ ଏହା ଏକ ଅସାଧାରଣ କଥା କିନ୍ତୁ ବେନିୟମ୍‌ ନୁହେଁ। ତେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ନିଷ୍ପତ୍ତିକୁ କେତେକ ବିରୋଧୀ ଦଳୀୟ ସଦସ୍ୟ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା। ଶେଷରେ ବିରୋଧୀଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଁଇ ମୋଦି ସଂସଦରେ ‘ଅନ୍ତରୀଣ ବଜେଟ୍‌’ ଉପସ୍ଥାପନ ନିଷ୍ପତ୍ତି ନେଇଛନ୍ତି।

ତେବେ, ଏବର୍ଷ ଫେବ୍ରୁଆରି ୧ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍‌ କିଏ ଉପସ୍ଥାପନ କରିବେ ଏ ନେଇ କୌଣସି ସୂଚନା ହସ୍ତଗତ ହୋଇ ନଥିଲେ ବି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍‌ ବଜେଟ୍‌ ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ମୋଦି ସରକାରରେ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆମେରିକାରେ ଚିକିତ୍ସାଧୀନ ଅଛନ୍ତି। ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ଅନୁପସ୍ଥିତିରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍‌ଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ତେଣୁ, ଅର୍ଥମନ୍ତ୍ରାଳୟ ଦାୟିତ୍ୱରେ ଥିବା ପିୟୁଷ ଗୋଏଲ ସାସଂଦାରେ ଏହି ବଜେଟ୍‌ ଉପସ୍ଥାପନ କରିପାରନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର