ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ ପରିମାଣ ୩.୫ ପ୍ରତିଶତକୁ ହ୍ରାସ ପାଇବା ଅନୁମାନ କରାଯାଉଛି । ୨୦୧୯-୨୦ରେ ଏହା ୩.୮ ପ୍ରତିଶତ ଥିଲା । ନୂଆ ବଜେଟରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ୨୦୨୦-୨୧ରେ ଦେଶର ମୋଟ ରାଜସ୍ୱ ସଂଗ୍ରହ ୨୨ ଲକ୍ଷ ୪୬ ହଜାର କୋଟି ଟଙ୍କା ରହିବ । କିନ୍ତୁ ସରକାରଙ୍କ ମୋଟ ବ୍ୟୟ ୩୦ ଲକ୍ଷ ୪୨ ହଜାର କୋଟି ଟଙ୍କା ରହିବ । ଅବଶିଷ୍ଟ ୫ ଲକ୍ଷ ୩୬ ହଜାର କୋଟି ଟଙ୍କା ସରକାର ଋଣ କରିବେ । ତେବେ ସରଳ ଭାଷାରେ ଆସନ୍ତୁ ଜାଣିବା କିପରି ଟଙ୍କାଟିଏ ଆୟ ହେବ ଓ କିପରି ଟଙ୍କାଟିଏ ବ୍ୟୟ ହେବ ।
/sambad/media/post_attachments/wp-content/uploads/2020/02/How-1-Rupee-Comes-Goes_1.jpg)
କେମିତି ଆସିବ ୧ଟଙ୍କା:
୨୦ ପଇସା - ଋଣ ଓ ଅନ୍ୟାନ୍ୟ ସୁତ୍ରରୁ, ୧୮ ପଇସା - କର୍ପୋରେସନ୍ ଟିକସ, ୧୭ ପଇସା - ଆୟକର, ୪ ପଇସା - ସୀମା ସୁଳ୍କ, ୭ ପଇସା - କେନ୍ଦ୍ରୀୟ ଉତ୍ପାଦ ସୁଳ୍କ, ୧୮ ପଇସା - ଜିଏସ୍ଟି ଓ ଅନ୍ୟ ଟିକସ୍, ୧୦ ପଇସା - ଅଣ ଟିସକ ଆୟ, ୬ ପଇସା - ଋଣଭିନ୍ନ ଅନ୍ୟାନ୍ୟ ପୁଞ୍ଜି ଆୟ।
/sambad/media/post_attachments/wp-content/uploads/2020/02/How-1-Rupee-Comes-Goes_2.jpg)
କେମିତି ଖର୍ଚ୍ଚ ହେବ ୧ଟଙ୍କା:
୬ ପଇସା - ପେନ୍ସନ, ୧୦ ପଇସା - ଅନ୍ୟାନ୍ୟ ବ୍ୟୟ, ୯ ପଇସା - କେନ୍ଦ୍ର ପ୍ରାୟୋଜିତ ଯୋଜନା, ୧୩ ପଇସା - କେନ୍ଦ୍ରୀୟ ଯୋଜନା, ୧୮ ପଇସା - ସୁଧ ପ୍ରଦାନ, ୮ ପଇସା - ପ୍ରତିରକ୍ଷା, ୬ ପଇସା - ସବ୍ସୀଡି, ୧୦ ପଇସା - ଅର୍ଥ କମିସନ ଓ ଅନ୍ୟାନ୍ୟ ପାଣ୍ଠି ପ୍ରଦାନ, ୨୦ ପଇସା - ରାଜ୍ୟ ମାନଙ୍କ ଟିକସ ଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/How-1-Rupee-Comes-Goes_Thumbnail.jpg)