ବଜେଟ୍ ୨୦୨୨: ‘ୱାର୍କ ଫ୍ରମ୍ ହୋମ’ ପାଇଁ ଭତ୍ତା ‌ଦେବେ ସରକାର !

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା କଡ଼ାକଡ଼ି କରୁଛନ୍ତି ସରକାର। କଡ଼ା କଟକଣା ସତ୍ତ୍ବେ କିଛି କିଛି ରାଜ୍ୟରେ ଏବେ ଓମିକ୍ରନ ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ହେଉଥିବା ‌ଦେଖାଯାଉଛି। ଏହି କାରଣରୁ ଏବେ ଅନେକ ରାଜ୍ୟରେ ଲୋକଙ୍କୁ ଘରୁ କାମ କରିବାକୁ ପଡ଼ୁଛି। ସଂକ୍ରମଣ କମ କରିବା ପାଇଁ ସରକାର ‘ୱାର୍କ ଫ୍ରମ୍ ହୋମ’  କରିବାକୁ କହୁଥିବା ବେଳେ ଏନେଇ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। କର୍ମଚାରୀଙ୍କୁ ଘରୁ କାମ କଲେ ଫୋନ ବିଲ୍, ଇଣ୍ଟନନେଟ ବିଲ୍, ବିଦ୍ୟୁତ୍ ବିଲ୍ ଇତ୍ୟାଦି ଦେବାକୁ ପଡ଼ୁଛି, ଯାହା ଅଫିସରେ କାମ କରିବା ଦ୍ବାରା ଅଫିସ ବହନ କରୁଥିଲା।

lokmattimes

୨୦୨୦ରୁ ‘ୱାର୍କ ଫ୍ରମ୍ ହୋମ’ ଚାଲି ଆସୁଥିବାରୁ ଏବେ ଚିନ୍ତାରେ ଘରେ ରହି କମ କରୁଥିବା କର୍ମଚାରୀ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ବେତନ ପ୍ରାପ୍ତ କର୍ମଚାରୀମାନେ ଆଶା କରୁଛନ୍ତି ଯେ ମହାମାରୀ ସମୟରେ ଘରୁ ଅଫିସ୍ କାର୍ଯ୍ୟ କରିବା ପାଇଁ ହେଉଥିବା ଖର୍ଚ୍ଚର ଟିକସ ଛାଡ ପାଇଁ ସରକାର ଆଗାମୀ ବଜେଟ୍ ୨୦୨୨ରେ ଏକ ‘ୱାର୍କ ଫ୍ରମ୍ ହୋମ’ ଭତ୍ତା ଆଣନ୍ତୁ। ବ୍ରିଟେନ ଭଳି ଦେଶରୁ ଭାରତ ସରକାର ପ୍ରେରଣା ପାଇ ଏଭଳି ଭତ୍ତା ଆଣନ୍ତୁ ବୋଲି ଏବେ ଘରୁ କାମ କରୁଥିବା କର୍ମଚାରୀ ଆଶା ରଖିଛନ୍ତି। ଏହା ସହ ଡେଲଏଟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ମଧ୍ୟ ‘ୱାର୍କ ଫ୍ରମ୍ ହୋମ’ ଭତ୍ତା ଆଣିବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି।

ସମ୍ବନ୍ଧିତ ଖବର