ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ସୀତାରମଣଙ୍କ ଷଷ୍ଠ ଏବଂ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବାର୍ଷିକ ବଜେଟ୍ ରହିଛି।

Advertisment

ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣ ଆରମ୍ଭରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୋଦୀ ସରକାରଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ପରିକଳ୍ପନା ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ଅନେକ ବଡ଼ବଡ଼ ନିଷ୍ପତ୍ତି ବି ନେଇଛନ୍ତି।
ତେବେ ଆସନ୍ତୁ ଜାଣିବା ୧୦ଟି ପଏଣ୍ଟରେ ଅନ୍ତରୀଣ ବଜେଟ୍
୧.ପ୍ରତିମାସରେ ମାଗଣାରେ ମିଳିବ ୩୦୦ୟୁନିଟ ବିଜୁଳି। ଏହାଦ୍ବାରା ୧କୋଟି ଲୋକଙ୍କୁ ଲାଭ ମିଳିବ।
୨. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନିକୋଟି ଘର ନିର୍ମାଣ ହେବ। ଆଗାମୀ ୫ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଆହୁରି ୨କୋଟି ଘର ନିର୍ମାଣ ହେବ।
୩. ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯-୧୪ ବର୍ଷ ବୟସର ବାଳିକାମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନର ଆରମ୍ଭ ମିଶନ ‘ଇନ୍ଦ୍ରଧନୁଷ’ ଅଧୀନରେ ଆରମ୍ଭ ହେବ ।
୪. ଏଯାବତ ୧କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ଏହି ଲକ୍ଷ୍ୟକୁ ଦୁଇକୋଟିରୁ ବୃଦ୍ଧି କରି ତିନିକୋଟି କରାଯାଇଛି।
୫. ଆୟକରରେ କୌଣସି ପରିବର୍ତ୍ତନ ହେବନାହିଁ ।

୬. ଖବୁଶୀଘ୍ର ସରକାର ମଧ୍ୟବିତ୍ତଙ୍କ ପାଇଁ ହାଉସିଂ ସ୍କିମ ଆଣିବେ ।
୭. ୩ଟି ନୂଆ ରେଳ କରିଡର ନିର୍ମାଣ କରାଯିବ। ଏଥିସହିତ ବନ୍ଦେ ଭାରତର ୪୦୦୦୦ ବଗି ଅପଗ୍ରେଡ ହେବ। ମଟ୍ରୋ ଓ ନମୋ ଭାରତକୁ ଅନ୍ୟ ସହର ସହିତ ସଂଯୋଗ କରାଯିବ।
୮. ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ ।
୯. ଜିଡିପିର ବିକାଶ ଉପରେ ସରକାରଙ୍କ ଫୋକସ ରହିଛି ଏବଂ ଏଥିପାଇଁ ସରକାରଙ୍କ ପ୍ରୟାସ ଫଳପ୍ରଦ ହେଉଛି ।
୧୦. ଅଙ୍ଗନଓ୍ବାଡି ସେଣ୍ଟରକୁ ଅପଗ୍ରେଡ କରାଯିବ। ଆଶାକର୍ମୀ, ଅଙ୍ଗନଓ୍ବାଡିକର୍ମୀ ଓ ସହକର୍ମୀଙ୍କୁ ଆୟୁଷ୍ମାନ ଯୋଜନାରେ ଲାଭ ମିଳିବ।