ବଜେଟ୍‌ ୨୦୨୧-୨୨: ମହଙ୍ଗା ହେବ ଏସି, ଫ୍ରିଜ୍‌, ମୋବାଇଲ ଶସ୍ତା ହେବ ସୁନା ଓ ରୁପା 

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ସୀତାରମଣ ଆମଦାନି ଶୁକ୍ଲ ଓ କଷ୍ଟମ୍‌ସ ଡ୍ୟୁଟିରେ ବୃଦ୍ଧିରେ ଘଟାଇଛନ୍ତି। ଅର୍ଥମନ୍ତ୍ରୀଙ୍କର ଏହି ବଜେଟ ପ୍ରସ୍ତାବ ପରେ ଏଣିକି ରେଫ୍ରିଜରେଟର, ଏୟାର କଣ୍ଡିସନର, ଏଲଇଡି ଲାଇଟ୍‌ ଏବଂ ବହୁ ସଂଖ୍ୟାରେ ସାଧାରଣରେ ବ୍ୟବହୃତ ସାମଗ୍ରୀ ଯେପରିକି ମୋବାଇଲ୍‌ ଫୋନ୍‌ ଠାରୁ ଆରମ୍ଭ କରି ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଓ ପାର୍ଟସ୍‌ଗୁଡ଼ିକ ଏବେ ମହଙ୍ଗା ହୋଇଯିବ।

କିନ୍ତୁ, ଅପରପକ୍ଷରେ ବ୍ୟୟବହୁଳ ଥିବା ସୁନା ଓ ରୂପା ଶସ୍ତା ହୋଇଯିବ।

ତେବେ, ଆସନ୍ତୁ ଦେଖିବା କ’ଣ ସବୁ ହେବ ମହଙ୍ଗା; ଆଉ କ’ଣ ସବୁ ହେବ ଶସ୍ତା…

ମହଙ୍ଗା ହେବ:

* ରେଫ୍ରିଜରେଟର ଏବଂ ଏୟାର କଣ୍ଡିସନରରେ ବ୍ୟବହୃତ ହେଉଥିବା କମ୍ପ୍ରେସର

* ଏଲଇଡି ଲ୍ୟାମ୍ପ, ପାର୍ଟସ୍‌ ଏବଂ ସ୍ପେୟାର୍‌ ଯେପରିକି ମୁଦ୍ରିତ ସର୍କିଟ୍‌ ବୋର୍ଡ

* କଞ୍ଚା ରେଶମ ଏବଂ ସୂତା

*  ସୋଲାର ଇନଭର୍ଟର ଏବଂ ସୋଲାର ଲାଇଟ

* ଅଟୋମୋବାଇଲ୍‌ ପାର୍ଟସ୍‌ ଯେପରିକି ସୁରକ୍ଷା ସାମଗ୍ରୀ ଏବଂ କଠିନ କାଚ

* ୱିଣ୍ଡସ୍କ୍ରିନ୍‌ ୱିପର୍‌

* ସଙ୍କେତ (ସିଗ୍‌ନାଲ) ଉପକରଣ

* ମୋବାଇଲ୍‌ ଫୋନ୍‌ ଓ ଏହାର ଯନ୍ତ୍ରାଂଶ

* କ୍ୟାମେରା ମଡ୍ୟୁଲ୍‌

* କନେକ୍ଟର

* ବ୍ୟାକ୍‌ କଭର, ସାଇଡ୍‌ କି, ମୋବାଇଲ୍‌ ଫୋନ୍‌ ଚାର୍ଜର

* ଲିଥିୟମ୍‌ ବ୍ୟାଟେରିର ଇନପୁଟ୍‌ ଏବଂ କଞ୍ଚାମାଲ

* ଇଙ୍କ କାର୍ଟ୍ରିଜ୍‌ ଏବଂ ଇଙ୍କି ସ୍ପ୍ରେ ନୋଜଲ୍‌

* ସମାପ୍ତ ପ୍ରକାରର ଚମଡ଼ା ସାମଗ୍ରୀ

* ନାଇଲନ୍‌ ଫାଇବର ଏବଂ ସୂତା, ପ୍ଲାଷ୍ଟିକ୍‌ ବିଲଡର୍‌ ସାମଗ୍ରୀ

* କଟା ଏବଂ ପଲିସ୍‌ ହୋଇଥିବା ସିନ୍ଥେଟିକ୍‌ ପଥର

ଶସ୍ତା ହେବ 

* ସୁନା ଏବଂ ସୁନା ଡୋର, ରୂପା ଏବଂ ରୂପା ଡୋର, ଅନ୍ୟାନ୍ୟ ମୂଲ୍ୟବାନ ଧାତୁ

* ପଲିଥିନ୍‌ ଏବଂ ପାଲାଡିୟମ୍‌, ଅନ୍ତର୍ଜାତୀୟ ବଜାରରୁ ଆମଦାନି ହେଉଥିବା ମେଡିକାଲ୍‌ ଉପକରଣ

ସମ୍ବନ୍ଧିତ ଖବର