ସଂସଦ‌ରେ ବଜେଟ୍‌ ଆଲୋଚନା : ପ୍ରଥମଥର ଭାଗନେଲେ ସାଂସଦ ଶର୍ମିଷ୍ଠା, ସୁଜିତ୍‌

ନୂଆଦିଲ୍ଲୀ : ଚଳିତ ବଜେଟ ଅଧିବେଶନରେ କେନ୍ଦ୍ରୀୟ ବଜେଟ ୨୦୨୧-୨୨ ଆଲୋଚନାରେ ଉଭୟ ଗୃହରେ ପ୍ରଥମଥର ପାଇଁ ଭାଗ ନେଇଥିଲେ ବିଜୁଜନତା ଦଳ (ବିଜେଡ଼ି)ର ଦୁଇଜଣ ସାଂସଦ । ଦୁଇ ସାଂସଦ ‌ହେଲେ, ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର।

ବଜେଟ୍‌ ଆଲୋଚନ‌ାରେ ଭାଗନେଇ ସାଂସଦ ଶର୍ମିଷ୍ଠା ସେଠୀ କହିଥିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଯୋଜନା ୪.୫ କୋଟି ଓଡିଶାବାସୀଙ୍କ ପାଇଁ ସମର୍ପିତ ରହିଛି। ଓଡିଶା ଆଜି ଯାହା ଚିନ୍ତା କରୁଛି, ଅନ୍ୟମାନେ ଆସନ୍ତାକାଲିକୁ ତାହା ଚିନ୍ତା କରୁଛନ୍ତି। ଏଥର କେନ୍ଦ୍ରୀୟ ବଜେଟ ଡିଜିଟାଲ ମୋଡ୍‌ରେ ଆସିଛି। ହେଲେ ଓଡିଶାର ବଜେଟ ଗତ ୨୦୨୦-୨୧ ଆର୍ଥିକବର୍ଷରୁ ଡିଜିଟାଲ ମୋଡ୍‌ରେ ଆସିସାରିଛି। ଭବିଷ୍ୟତର ଆତ୍ମନିର୍ଭର ଭାରତ ପାଇଁ ଏହା ଅତ୍ୟନ୍ତ ଶୁଭଙ୍କର। କିନ୍ତୁ, କେନ୍ଦ୍ର ସରକାର ରେଳବଜେଟ୍‌ରେ ଓଡ଼ିଶା ପ୍ରତି ଅବିଚାର କରାଯାଇଛି ବୋଲି କହିଥିଲେ। ଏଥିସହିତ, ନିଜ ୧୨ ମିନିଟ୍‌ର ଭାଷଣରେ ପ୍ରଧାନମପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରାଯିବା ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରିବା ସାଂସଦ ଶ୍ରୀମତୀ ସେଠୀ ଦାବି କରିଥିଲେ।

ସେହିଭଳି, ରାଜ୍ୟସଭାରେ ପ୍ରଥମଥର ପାଇଁ ବଜେଟ ବିତର୍କରେ ଭାଗନେଇଥିଲେ ବିଜେଡି ସାଂସଦ ସୁଜିତ କୁମାର। ସେ କହିଥିଲେ ଯେ, ବଜେଟରେ ପର୍ଯ୍ୟାପ୍ତ ମାତ୍ରାରେ ଓଡ଼ିଶାକୁ ସହାୟତା ପ୍ରଦାନ କରାଯାଇନାହିଁ। ରେଳ ବଜେଟରେ ବି ଓଡିଶାକୁ ଉଚିତ ନ୍ୟାୟ ପ୍ରଦାନ କରାଯାଇନାହିଁ। ସେ ରାଜ୍ୟରେ ରେଳ ନେଟ୍‌ୱାର୍କକୁ ପରିବ୍ୟାପ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବିକେ ଅଞ୍ଚଳରେ ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେବାକୁ ଦାବି କରିଥିଲେ। ଏଥିସହିତ, ସେ କଳାହାଣ୍ଡି ଜିଲ୍ଲା ବିସ୍ତୃତ ତଥ୍ୟ ଉପସ୍ଥାପନ କରି କହିଥିଲେ, ୨୦୦୦ ପୂର୍ବରୁ କଳାହାଣ୍ଡି ଭୋକର ଭୂଗୋଳ ନାମରେ ପରିଚିତ ଥିବାବେଳେ ଗତ ୨୦ ବର୍ଷରେ ଏହା ବିକଶିତ ହୋପାରିଛି। କଳାହାଣ୍ଡିର ବିକାଶ ମଡେଲକୁ ବିଶ୍ବ ଓ ଦେଶକୁ ଅନୁକରଣ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ସୁଜିତ କୁମାର ଏହି ଅବସରରେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର