ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ରେ ବେତନଭୋଗୀ ଏବଂ ମଧ୍ୟମ ବର୍ଗଙ୍କ ପାଇଁ କୌଣସି ଆଶ୍ବସ୍ତିକର ପଦକ୍ଷେପ ନ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି କଂଗ୍ରେସ ଦୋଷାରୋପ କରିଛି।
କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି ଯେ, ବେତନ କାଟ ଏବଂ ଦ୍ରୁତ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ବେତନଭୋଗୀ ଏବଂ ମଧ୍ୟମ ବର୍ଗ ପ୍ରଭାବିତ ହୋଇଛନ୍ତି।
Image Courtesy of India Todayଟୁଇଟ୍ କରି ରଣଦୀପ ସୂର୍ଯେୱାଲା କହିଛନ୍ତି, ମହାମାରୀ ସମୟରେ ଦରମା କାଟ ଏବଂ ଅବସନ୍ନକାରୀ ମୁଦ୍ରସ୍ଫୀତିଦ୍ବାରା ପ୍ରଭାବିତ ଭାରତର ବେତନଭୋଗୀ ଏବଂ ମଧ୍ୟମ ବର୍ଗ ଆଶ୍ବସ୍ତି ଆଶାରେ ଥିଲେ। ‘ପ୍ରତ୍ୟକ୍ଷ କର’ ପଦକ୍ଷେପ ନେଇ ପୁନଶ୍ଚ ଅର୍ଥମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାରି ହତାଶ କରିଛନ୍ତି।
ଏହାକୁ ‘ମୂଲ୍ୟହୀନ ବଜେଟ୍’ କହି ସେ ଅନ୍ୟ ଏକ ଟୁଇଟ୍ରେ କହିଛନ୍ତି, ପକେଟ୍ ଖାଲି ହୋଇଯାଇଥିବା ଗରିବ, ବେତନଭୋଗୀ ଏବଂ ମଧ୍ୟମ ବର୍ଗ ତଥା କୃଷକ ଏବଂ ଯୁବବର୍ଗଙ୍କ ଏଥିରେ କିଛି ନାହିଁ। ବ୍ୟୟ ବୃଦ୍ଧି କରିବା ସହ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବାରେ କୌଣସି ଲାଭ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/randeep.jpg)