ବଜେଟ୍‌ ୨୦୨୦-୨୧ : ଦେଶର ସବୁ ବର୍ଗର ଲୋକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ, ଜାଣନ୍ତୁ କ’ଣ ରହିଛି ବଜେଟରେ…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋଦୀ ସରକାରଙ୍କର ୨ୟ କାର୍ଯ୍ୟକାଳର ୨ୟ ବଜେଟ ଓ ବ୍ୟକ୍ତିଗତଭାବେ ମଧ୍ୟ ନିର୍ମଳାଙ୍କ ୨ୟ ପୂର୍ଣ୍ଣାଙ୍ଗ ବଜେଟ ।

ଏହି ବଜେଟ ଉପସ୍ଥାପନ କରି ସେ କହିଛନ୍ତି ଯେ ଏଥିରେ ଦେଶର ସବୁ ବର୍ଗଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ଚେଷ୍ଟା କରାଯାଇଛି । ଦେଶର ଲୋକମାନଙ୍କ ଆୟ ବୃଦ୍ଧି ମାଧ୍ୟମରେ ସାମଗ୍ରୀକଭାବେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ।

ଚଳିତ ବଜେଟରେ  କୃଷି ଓ ଗ୍ରାମବିକାଶ ଲାଗି ରହିଛି ୧.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ।

ଜଳସଂପଦ ବିକାଶ ଲାଗି ୨.୩୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ରହିଛି ବଜେଟରେ।

ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ପାଇଁ ବଜେଟରେ ୬୯୦୦୦ କୋଟି ଟଙ୍କାର ବ୍ୟବସ୍ଥା।

ଜଳ ଜୀବନ ମିସନ୍ ଲାଗି ବଜେଟରେ ରହିଛି ୩.୬୯ ଲକ୍ଷ କୋଟି  କୋଟି ଟଙ୍କାର ବ୍ୟୟବରାଦ।

୧୨୩୦୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି ସ୍ବଚ୍ଛ ଭାରତ ମିସନ୍ ପାଇଁ।

ଚାଷକୁ ଗୁରୁତ୍ୱ ଦେଇ କୃଷିର ଉନ୍ନତି ପାଇଁ ୧୬ଟି ଆକ୍ସନ ପ୍ଲାନ।  ଜଳାଭାବ ଦୂର ପାଇଁ ୧୦୦ଟି ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା।

ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଆଉ ରୋଜଗାରକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ସମସ୍ତଙ୍କୁ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ପେନସନ ଆଉ ବୀମା ଜରିଆରେ ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ । ସରକାର ଚାହୁଁଛନ୍ତି, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭଲ ସଂପର୍କ ବଜାୟ ରହୁ ।

ଜଳ ସମସ୍ୟା ଏକ ଚିନ୍ତାଜନକ ପ୍ରସଙ୍ଗ । ଦେଶର ୧୦୦ଟି ଜିଲ୍ଲା ଯେଉଁଠି ପାଣିର ଅଭାବ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ତାକୁ ଚିହ୍ନଟ କରାଯାଇଛି । ଏସବୁ ଜିଲ୍ଲାରେ ପାଣିର ସମସ୍ୟାକୁ ଦୂର କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ।

ସୋଲାର ପମ୍ପ ସ୍ଥାପନ କରିବାକୁ ୨୦ ଲକ୍ଷ ଚାଷୀଙ୍କ ପାଇଁ ଯୋଜନା । ୬.୧୧ କୋଟି ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।କୁସୁମ ଯୋଜନାରେ ଦିଆଯିବ ସୌର ପମ୍ପସେଟ ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ।

ଚାଷ ଓ ଜଳସଂପଦ ବିଭାଗ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ଅନୁଦାନ । ମାଛ ଉତ୍ପାଦନକୁ ୨୦୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ।

 

ଅଭିଭାଷଣରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି: ଆର୍ଥନୈତିକ ଧାରା ମଧ୍ୟକୁ ୧୬ ଲକ୍ଷ ନୂଆ ଟିକସଦାତା ଆସିଛନ୍ତି। ଜିଏସ୍‌ଟି ‘ଏମ୍‌ଏମ୍‌ଇ’କୁ ଉପକୃତ କରିଛି।

ଏ ବଜେଟ୍‌ ଦେଶବାସୀଙ୍କ ଆୟ ବୃଦ୍ଧି କରିବ। ମାର୍ଚ ମାସରେ କେନ୍ଦ୍ର ସରକାରଙ୍କ ଋଣ ୪୮. ୭% ହ୍ରାସ ପାଇଛି।

ମାସିକ ଖର୍ଚ୍ଚରୁ ପରିବାର ଏବେ ୪% ସଞ୍ଚୟ କରିପାରୁଛନ୍ତି। ଭାରତ ଏବେ ବିଶ୍ୱରେ ୫ମ ବୃହତ୍‌ ଅର୍ଥନୀତି।

୨୭୧ ନିୟୁତ ଲୋକଙ୍କୁ ଭାରତ ଦାରିଦ୍ର୍ୟରୁ ମୁକ୍ତି ଦେଇଛି। ୨୭୧ ନିୟୁତ ଲୋକଙ୍କୁ ଭାରତ ଦାରିଦ୍ର୍ୟରୁ ମୁକ୍ତି ଦେଇଛି। କ୍ରୟ କ୍ଷମତା ବୃଦ୍ଧି କରାଇବା ନିମନ୍ତେ ୨୦୨୦ ବଜେଟ୍‌ ଲୋକମାନଙ୍କର ଆୟ ବଢ଼ାଇବ।

ପଚନଶୀଳ କୃଷିଜାତ ସାମଗ୍ରୀ ପରିବହନ ଲାଗି ଭାରତୀୟ ରେଳବାଇ ‘କିଷାନ୍‌ ରେଳ’ ଆରମ୍ଭ କରିବ। ପିପିପି ମଡେଲ୍‌ରେ ହେବାକୁ ଥିବା ଏହି କିଷାନ୍‌ ରେଲ୍‌ ଯୋଗେ ଖୁବ୍‌ ଶୀଘ୍ର ପଚନଶୀଳ ସାମଗ୍ରୀଗୁଡ଼ିକର ପରିବହନ କରିହେବ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହେବ ‘କୃଷି ଉଡ଼ାଣ’ ବିମାନ ଚଳାଚଳ। କୃଷିଜାତ ସାମଗ୍ରୀ ପରିବହନ ଲାଗି ଏହା ଜାତୀୟ ଓ ଅନ୍ତର୍ଜାତୀୟ ଆକାଶପଥରେ ଚଳାଚଳ କରିବ। ସମଗ୍ର ଦେଶରେ ନାବାର୍ଡ ୧୬୨ ନିୟୁତ ଟନ୍‌ କ୍ଷମତାର କୃଷିଜାତ ସମାଗ୍ରୀ ପାଇଁ ଗୋଦାମ ଲାଗି ମ୍ୟାପ୍‌ ଓ ଜିଓ-ଟ୍ୟାବ୍‌ କରିବ।

ମେରାଇନ୍‌ ଫିସେରି ସଂରକ୍ଷଣ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଶୁସମ୍ପଦ ଉତ୍ପାଦନ ବୃଦ୍ଧି ଲାଗି ସରକାର କୃତ୍ରିମପ୍ରଜନନ ଲାଗି ‘ଇନ୍‌ସେମିନେସନ୍‌’କୁ ୭୦ ପିସିରୁ ୩୦ ପିସିକୁ ବୃଦ୍ଧି କରିଛନ୍ତି। ୨୦୨୨ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ୨୦୦ ଲକ୍ଷ ଟନ୍‌କୁ ବୃଦ୍ଧି କରାଯିବ।

ସ୍ୱଚ୍ଛ ଭାରତ ମିସନ୍‌ ଲାଗି ୨୦୨୦-୨୧ ବଜେଟ୍‌ରେ ୧୨, ୩୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ମେଡିକାଲ୍‌ ଡିଭାଇସ୍‌ରୁ ମିଳୁଥିବା ଟିକସରେ ଡାକ୍ତରଖାନା ସ୍ଥାପନ କରାଯିବ।

ଶିକ୍ଷା କ୍ଷେତ୍ର ଲାଗି ଚଳିତ ବଜେଟରେ ୯୯,୩୦୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।

ଦକ୍ଷତା ବିକାଶ ଳାଗି ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ପ୍ରତି ଜିଲ୍ଳାସ୍ତରରେ ଥିବା ଡାକ୍ତରଖାନାରେ ଖୋଲିବ ମେଡିକାଲ କଲେଜ୍।

ନ୍ୟାସନାଲ ପୁଲିସ ୟୁନିଭର୍ସିଟି ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ।

ଖୁବ୍ ଶୀଘ୍ର ନୂଆ ଶିକ୍ଷା ନୀତି ଘୋଷଣା କରାଯିବ।

କ୍ୱାଲିଫାଏଡ୍‌ ମେଡିକାଲ୍‌ ଡାକ୍ତର ଅଭାବ ପୂରଣ ନିମନ୍ତେ ‘ପିପିପି’ ମୋଡ୍‌ରେ ମେଡିକାଲ୍‌ କଲେଜକୁ ଜିଲ୍ଲା ହସ୍‌ପିଟାଲ୍‌ରେ ସଂଯୋଗ କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

ସରକାରଙ୍କ ପ୍ରସ୍ତାବିତ ନୂଆ ଯୋଜନାରେ ଦେଶର ସମସ୍ତ ନଗରାଞ୍ଚଳ ପୌରସଂସ୍ଥା ଯୁବ ଇଞ୍ଜିନିୟର୍‌ମାନଙ୍କୁ ଗୋଟିଏ ବର୍ଷ ଲାଗି ଇଣ୍ଟର୍ଣ୍ଣସିପ୍‌ ଦେବେ।

ଭିତ୍ତିଭୂମି ବିକାଶ ଲାଗି ୧୦୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ।

ବାଣିଜ୍ୟ କ୍ଷେତ୍ର ଲାଗି ୨୭,୩୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି ବଜେଟରେ।

ପିପିପି ମୋଡରେ ଚାଲିବ ୧୫୦ଟି ଟ୍ରେନ୍।

୨୦୨୪ ସୁଦ୍ଧା ପ୍ରତିଷ୍ଠା ହେବ ୧୦୦ଟି ନୂତନ ବିମାନ ବନ୍ଦର।

ପରିବହନ ଭିତ୍ତିଭୂମି  ବିକାଶ ଲାଗି ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ।

ଜଳ ଜୀବନ ମିସନ୍‌ ନିମନ୍ତେ ସରକାର ୩. ୬ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ।

ଶିଳ୍ପ ଏବଂ ବାଣିଜ୍ୟର ବିକାଶ ଲାଗି ସରକାର ୨୭୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

୧୦୦ଟି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ନାଲ୍‌ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ଵାକ୍‌ ଦ୍ୱାରା ପୂର୍ଣ୍ଣକାଳୀନ ଡିଗ୍ରିସ୍ତରୀୟ ଅନ୍‌-ଲାଇନ୍‌ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଶିକ୍ଷକ, ନର୍ସ, ପାରାମେଡିକାଲ୍‌ କର୍ମଚାରୀ ଆଦିଙ୍କ ଲାଗି ସ୍ପେସାଲ୍‌ ବ୍ରିଜ୍‌ କୋର୍ସ ଆରମ୍ଭ ହେବ।

ଭାରତରେ ଉଚ୍ଚଶିକ୍ଷା ପାଇବାକୁ ଆଗ୍ରହୀ ବିଦେଶୀ ଛାତ୍ରଛାତ୍ରୀଙ୍କ ଲାଗି ଭାରତ ଇଣ୍ଡ୍‌-ସାଟ୍‌ ପରୀକ୍ଷା ପାଇଁ ପ୍ରସ୍ତାବ ରହିଛି।

୨୦୨୩ ସୁଦ୍ଧା ଦିଲ୍ଲୀ-ମୁମ୍ବାଇ ଏକ୍‌ସ୍‌ପ୍ରେସ୍‌େଓ୍ଵ ସମ୍ପୂର୍ଣ୍ଣ ହେବ ଓ ଚେନ୍ନାଇ ବେଙ୍ଗାଲୁରୁ ଏକ୍ସପ୍ରେସ୍‌େଓ୍ଵ ଆରମ୍ଭ ହେବ। ପର୍ଯ୍ୟଟନସ୍ଥଳୀ ସହ ସଂଯୋଗ କରିବା ଲାଗି ତେଜସ୍‌ ଭଳି ଅଧିକ ରେଳ ଚଳାଚଳ କରାଯିବ।

ସେଲ୍‌ଫୋନ୍‌, ସେମିକଣ୍ଡକ୍ଟର୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ଉପକରଣ ନିର୍ମାଣ ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି।

ସେଲ୍‌ଫୋନ୍‌, ସେମିକଣ୍ଡକ୍ଟର୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ଉପକରଣ ନିର୍ମାଣ ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି।
୨୦୨୦-୨୧ ବର୍ଷ ଲାଗି ଶକ୍ତି ଏବଂ ଅକ୍ଷୟ ଶକ୍ତି ସେକ୍ଟର୍‌ ଲାଗି ସରକାର ୨୨୦୦୦ କୋଟି ଟଙ୍କା ଅଟକଳ କରିଛନ୍ତି।
ବେଟି ବଚାଅ, ବେଟି ପଢ଼ାଅ ଯୋଜନା ବ୍ୟାପକ ସଫଳତା ଆଣିଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପୁଅମାନଙ୍କ ଠାରୁ ଅଧିକ ସଂଖ୍ୟକ ଝିଅ ସ୍କୁଲ୍‌ରେ ନାମ ଲେଖାଉଛନ୍ତି।

୧୦ କୋଟିରୁ ଅଧିକ ପରିବାରର ପୋଷକ ସ୍ଥିତି ଅପ୍‌ଲୋଡ୍‌ କରିବାକୁ ୬ ଲକ୍ଷ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସ୍ମାର୍ଟ ଫୋନ୍‌ ଦିଆଯାଇଛି।

ବରିଷ୍ଠ ନାଗରିକ ଏବଂ ଅନ୍ୟାନ୍ୟ ପଛୁଆ ଜାତି ବର୍ଗଙ୍କ ନିମନ୍ତେ ସରକାର ୯୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ପର୍ଯ୍ୟଟନ ପ୍ରସାର ଲାଗି ୨୫୦୦ କୋଟି ଟଙ୍କାର ବ୍ୟୟବରାଦ।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ହେବ ଜନଜାତି ସଂଗ୍ରହାଳୟ।

ଲୋଥାଲରେ ହେବ ନୌବାଣିଜ୍ୟ ସଂଗ୍ରହାଳୟ।

ଦେଶର ୫ଟି  ପ୍ରାଚୀନ ପ୍ରତ୍ନତାତ୍ତ୍ବିକ ସ୍ଥଳୀକୁ ଆଇକନିକ୍ ସହର ‌ଭାବେ ଗଢ଼ାଯିବ।

୫ଟି ରାଜ୍ୟରେ ୫ଟି ପ୍ରତ୍ନତାତ୍ତ୍ୱିକସ୍ଥଳୀର ବିକଶ ଲାଗି ସରକାର ପଦକ୍ଷେପ ନେବେ। ସେଗୁଡ଼ିକ ହେଉଛି ରାକ୍ଷୀଗଡ଼ି, ହସ୍ତିନାପୁର, ଶିବସାଗର, ଧୋଲାବିଡ଼ା ଏବଂ ଆଦିଚାନାଲୁର।
ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଭାରତୀୟ ଐତିହ୍ୟ ଏବଂ ସଂସ୍କୃତି ପ୍ରତିଷ୍ଠାନ ସ୍ଥାପନ ହେବ।
ବିବାହଯୋଗ୍ୟା ନାରୀଙ୍କ ନିମନ୍ତେ ଟାସ୍କଫୋର୍ସ ଗଠନ ନିମନ୍ତେ ସରକାର ସୁପାରିସ କରିଛନ୍ତି।

ଆଇନ୍‌ରେ ଟ୍ୟାକ୍ସପେୟର୍‌ ଚାଟର୍‌ ପ୍ରଚଳନ କରାଯିବ।

ବଡ଼ ବଡ଼ ସହରରେ ଶୁଦ୍ଧ ବାୟୁ ପ୍ରକଳ୍ପ ଲାଗି ୪୪୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଜମାକାରୀଙ୍କ ବୀମା ରାଶି ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା।ଦୁଇ ନୂତନ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ରାଶି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜମ୍ମୁ ଓ କଶ୍ମୀର ଲାଗି ୩୦, ୦୦୦ କୋଟି ଟଙ୍କା ଏବଂ ଲଦାଖ ନିମନ୍ତେ ୬୦୦୦ କୋଟି ଟଙ୍କା ଦିଆଯିବ।

କମ୍ପାନି ଆଇନ୍‌ରେ ସଂଶୋଧନ ଲାଗି ସରକାର ସ୍ଥିର କରିଛନ୍ତି। ଅଣଗେଜେଟେଡ୍‌ କର୍ମଚାରୀ ଚୟନରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଲାଗି ମଧ୍ୟ ଯୋଜନା ରହିଛି।

ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ଲାଗି ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ସମସ୍ତ ବାଣିଜ୍ୟିକ ବ୍ୟାଙ୍କ୍‌ର ଆର୍ଥିକ ସ୍ଥିତି ଅନୁଧ୍ୟାନ ପାଇଁ ବ୍ୟବସ୍ଥା ଦୃଢ଼ କରାଯାଇଛି। ୫ ଡଲାର୍‌ ଟ୍ରିଲିୟନ୍‌ ଅର୍ଥନୀତି ନିମନ୍ତେ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଆର୍ଥିକ ସେକ୍ଟର୍‌ ଆବଶ୍ୟକ। ଗତବର୍ଷମାନଙ୍କରେ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ଗୁଡ଼ିକରେ ୩. ୫୦ ଲକ୍ଷ କୋଟି ଟଙ୍କା ମିଶ୍ରଣ କରାଯାଇଛି।

ବ୍ୟାଙ୍କ୍‌ରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ନିରାପଦ ରହିଛି। ‘ପିଏଫ୍‌ଆର୍‌ଡିଏ’ରୁ ସରକାରୀ ପେନ୍‌ସନ୍‌ ଟ୍ରଷ୍ଟ୍‍ ପୃଥକ୍‌ କରିବାକୁ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି।

ବ୍ୟାଙ୍କ୍‌ରେ ବ୍ୟାପକ ଘରୋଇ ପୁଞ୍ଜି ଆବଶ୍ୟକ ଥିବାରୁ ଆଇଡିବିଆଇ ବ୍ୟାଙ୍କ୍‌ରେ ଥିବା ଅର୍ଥରାଶିକୁ ସରକାର ଘରୋଇ ରିଟେଲ୍‌ ନିବେଶକଙ୍କୁ ବିକ୍ରୟ କରିବେ। ଏଲ୍‌ଆଇସିରେ ଥିବା ହୋଲ୍‌ଡିଙ୍ଗ୍‌ର କିଛି ଅଂଶକୁ ମଧ୍ୟ ସରକାର ବିକ୍ରୟ କରିବେ।

୨୦୨୦-୨୧ ବଜେଟ୍‌ରେ ୩. ୫% ଆର୍ଥିକ ନିଅଣ୍ଟ ରହିଥିବା କଥା ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୯-୨୦ ବଜେଟ୍‌ରେ ନିଅଣ୍ଟ ପରିମାଣ ଥିଲା ୩. ୮%।

୫ରୁ ୭. ୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷ ୧୦% ଟିକସ ଦେବେ।

୭. ୫ ରୁ ୧୦ ଲକ୍ଷ ଟଙ୍କା ମଧ୍ୟୟରେ ଆୟ କରୁଥିବା ବ୍ୟକ୍ତି ୧୫% ଟିକସ ଦେବେ।

୧୦ ରୁ ୧୨. ୫ ଲକ୍ଷ ମଧ୍ୟରେ ଉପାର୍ଜନ କରୁଥିବା ବ୍ୟକ୍ତି ୨୦% ଟିକସ ଦେବେ। ପୂର୍ବରୁ ଏଥିପାଇଁ ୩୦% ଟିକସ ପଡୁଥିଲା।

୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଆୟକର ବ୍ୟବସ୍ଥା ଚାଲୁୁ ରହିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ବାର୍ଷିକ ୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ।

୧୫ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ବ୍ୟକ୍ତି କୌଣସି ଟିକସ ରିହାତି ପାଉ ନ ଥିଲେ। ଏବେ ସେମାନେ ୨. ୭୩ ଲକ୍ଷ ପରିବର୍ତ୍ତେ ୧. ୯୫ ଲକ୍ଷ ଟଙ୍କା ଟିକସ ଦେବେ।

ନୂତନ ଟିକସ ବ୍ୟବସ୍ଥା ଯୋଗୁଁ ସରକାର ୪୦, ୦୦୦ କୋଟି ଟଙ୍କାର ବାର୍ଷିକ ରାଜସ୍ୱ ହରାଇବେ।

ଆଧାର ଜରିଆରେ ତୁରନ୍ତ ପାନ୍‌ ମିଳିବା ପାଇଁ ନୂତନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜୋତା ଓ ଆସବାବପତ୍ର ଉପରେ କଷ୍ଟମ୍‌ ଡିୟୁଟି ବଢ଼ିଲା।

ଡାକ୍ତରୀ ଉପକରଣ ଆମଦାନି ଉପରେ ସ୍ୱାସ୍ଥ୍ୟ ସେସ୍‌ ଲାଗୁ ହେବ।

ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବଜେଟ୍‌ ଅଭିଭାଷଣ ଦେବା ପରେ ଆଉ ଭାଷଣ ଦେଇ ନ ପାରି ମଝିରୁ ଭାଷଣ ବନ୍ଦ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପରେ ଲୋକସଭାକୁ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର