ବଜେଟ୍‌ LIVE : ସ୍ୱାସ୍ଥ୍ୟ, କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ଆଗତ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଆସନ୍ତା ବର୍ଷ ସରକାର ଏକ ଲେଖାନୁଦାନ ଆଗତ କରିବେ । ଆହୁରି ମଧ୍ୟ ଏହା ହେଉଛି ଦେଶରେ ଜିଏସଟି ଲାଗୁ ହେବା ପରେ ପ୍ରଥମ ସାଧାରଣ ବଜେଟ୍‌ । ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ବିକାଶ, ଅନେକ ନୂଆ ସୁବିଧା ସୁଯୋଗ ଘୋଷଣା କରିଛନ୍ତି ।

.ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଘୋଷଣା କରି ପ୍ରାୟ ୧୦ କୋଟି ଲୋକଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ଘୋଷଣା କରିଛନ୍ତି ।
. ଦେଶର ୧ ଲକ୍ଷ ପଞ୍ଚାୟତକୁ ଇଣ୍ଟରନେଟ ସହ ଯୋଡ଼ାଯିବ ।
.ଡିଜିଟାଲ ଇଣ୍ଡିଆ ପାଇଁ ୩୦୩୬ କୋଟି
. ସ୍ୱଚ୍ଛ ଭାରତ ଯୋଜନାରେ ଦେଶବ୍ୟାପୀ ୬ କୋଟି ଶୌଚାଳୟ ନିର୍ମାଣ ହୋଇଛି । ଆସନ୍ତା ୨ ବର୍ଷରେ ଆଉ ୨ କୋଟି ଶୌଚାଳୟ ନିର୍ମାଣ ହେବ ।
. ଖରିପ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି ।
. ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୧୦ ହଜାର କୋଟିର ବ୍ୟୟବରାଦ
୨୦୧୮-୧୯ ଶେଷ ସୁଦ୍ଧା ୯ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ସଂପୂର୍ଣ୍ଣ ହେବ ।
. ୨୦୧୮୧-୯ରେ ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ୮୦ ହଜାର କୋଟି ।
. ସୁନା ପାଇଁ ନୂଆ ନୀତି ଘୋଷଣା ହେବ ।

ରେଳବାଇ ପାଇଁ ବଜେଟରେ ବ୍ୟବସ୍ଥା

. ରେଳ ବଜେଟ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
. ନିର୍ମାଣ ହେବ ୩ଶହ ନୂଆ ରେଳ ଇଂଜିନ
. ସବୁ ରେଳ ନେଟଓ୍ଵାର୍କକୁ ବ୍ରଡ୍‌ଗେଜରେ ପରିଣତ କରାଯିବ ।
. ୩୬ଶହ କିଲୋମିଟର ରେଳଲାଇନର ନବୀକରଣ କରାଯିବ ।
. ସବୁ ଟ୍ରେନରେ ସିସିଟିଭି ଓ ଓ୍ଵାଇଫାଇ ସେବା
. ୬ଶହ ଷ୍ଟେସନର ଆଧୁନିକୀକରଣ କରାଯିବ ।
.

ସମ୍ବନ୍ଧିତ ଖବର