ବଜେଟ୍‌ LIVE : ବଦଳିଲାନି ଆୟକର ଛାଡ଼ସୀମା, ମହଙ୍ଗା ହେବ ମୋବାଇଲ ଫୋନ, ଟିଭି

ନୂଆଦିଲ୍ଲୀ: ବଜେଟରେ ସାଧାରଣ ଆୟକର ଦାତାଙ୍କ ପାଇଁ ଆୟକର ଛାଡ ସୀମା ବଢିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏ କ୍ଷେତ୍ରରେ ନିରାଶ କରିଛନ୍ତି ଅର୍ଥମନ୍ତ୍ରୀ ଜେଟଲୀ । ୨୦୧୮-୧୯ ବଜେଟରେ ଆୟକର ଛାଡ଼ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଅର୍ଥାତ୍‌ ଆୟକର ଛାଡସୀମା ୨.୫ ଲକ୍ଷ ଟଙ୍କା ବଜାୟ ରହିବ । ତେବେ ବେତନଭୋଗୀ କର୍ମଚାରୀଙ୍କ ପାଇଁ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଘୋଷଣା କରାଯାଇଛି । ଆହୁରି ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ଆୟକର କ୍ଷେତ୍ରରେ କେତେକ ରିହାତି ଘୋଷଣା କରାଯାଇଛି । ବରିଷ୍ଠ ନାଗରିକମାନେ ବ୍ୟାଙ୍କ ଜମା ଉପରେ କରୁଥିବା ଆୟ ଉପରେ ରିହାତି ସୀମାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅନ୍ୟପକ୍ଷରେ ପରୋକ୍ଷ ଟିକସ ବ୍ୟବସ୍ଥା ଏବେ ମୁଖ୍ୟତଃ ଜିଏସଟି ଅଧିନକୁ ଚାଲିଯାଇଥିବାରୁ ଜେଟଲୀ କେବଳ ସୀମା ଶୁଳ୍କ କ୍ଷେତ୍ରରେ କେତେକ ପରିବର୍ତ୍ତନ କରିଛନ୍ତି । ମୋବାଇଲ ଫୋନ ଓ ଟିଭି ଉପରେ ସୀମା ଶୁଳକ ବୃଦ୍ଧି କରାଯାଇଥିବାରୁ ଏଗୁଡ଼ିକ ମହଙ୍ଗା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ପାଇଁ ମଧ୍ୟ ସରକାର ଟିକସ ବୋଝକୁ ଟିକିଏ କମାଇଦେଇଛନ୍ତି । ଏବେ ବାର୍ଷିକ ୨୫୦ କୋଟି ଟଙ୍କାରୁ କମ କାରବାର କରୁଥିବା କମ୍ପାନିମାନେ ୨୫ ପ୍ରତିଶତ ଟିକସ ଦେବେ ।

ସମ୍ବନ୍ଧିତ ଖବର