ଫେବ୍ରୁଆରି ୧ରେ ବଜେଟ୍‌

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନ ରାଷ୍ଟ୍ରପତି ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ। ଫେବ୍ରୁଆରି ୧ ତାରିଖରେ ବଜେଟ୍ ଆଗତ ହେବ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୧ ମାସ ପରେ ମାର୍ଚ୍ଚ ୧୪ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏବଂ ଏପ୍ରିଲ ୮ରେ ବଜେଟ୍‌ ଅଧିବେଶନ ଶେଷହେବ ବୋଲି ଏକ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର