ସଂସଦର ବଜେଟ ଅଧିବେଶନ ଅଗଷ୍ଟ ୭କୁ ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଜୁଲାଇ ୨୬ରେ ସମାପ୍ତ ହେବାକୁ ଥିବା ସଂସଦର ବଜେଟ ଅଧିବେଶନକୁ ଆସନ୍ତା ଅଗଷ୍ଟ ୭ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଆଜି ଅନୁଷ୍ଠିତ ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବଜେଟ ଅଧିବେଶନ ବଢିବା ନେଇ ଗତ କିଛିଦିନ ଧରି ଚର୍ଚ୍ଚା ହେଉଥିଲା ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ସଂସଦରେ ଅଧିକ ଦିନ ଚାଲୁ ବୋଲି ବିରୋଧୀ ଦଳମାନେ ସବୁବେଳେ ଦାବି କରୁଛନ୍ତି । ଏବେ ଆମେ ଠିକ ତାହାହିଁ କରୁଛୁ ।  ଗତ ଜୁନ ୧୭ରୁ ଆରମ୍ଭ ହୋଇଥିବା ସଂସଦର ଚଳିତ ବଜେଟ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାଶ ହୋଇଛି । ଚଳିତ ଅଧିବେଶନରେ ଏପର୍ଯ୍ୟନ୍ତ ୧୩ଟି ବିଲ୍‌ ପାଶ ହୋଇଯାଇଥିବାବଳେ ଆଉ ୮ଟି ବିଲ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଆଜି ସଂସଦରେ ଟ୍ରିପିଲ ତଲାକ ବିଲ ପାଶ ହୋଇଛି । ଗତ ୧୫ ବର୍ଷରେ ଏହା ହେଉଛି ସର୍ବାଧିକ ସଫଳ ସଂସଦୀୟ ଅଧିବେଶନ ।

ସମ୍ବନ୍ଧିତ ଖବର