୮୭ ମିନିଟରେ ବଜେଟ ଅଭିଭାଷଣ ସାରିଦେଲେ ନିର୍ମଳା

ଜାଣନ୍ତୁ ବଜେଟ ଭାଷଣର ରୋଚକ କଥା

ନୂଆଦିଲ୍ଲୀ: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ମାତ୍ର ୮୭ ମିନିଟରେ ସେ ଭାଷଣ ସମାପ୍ତ କରିଛନ୍ତି | ରିପୋର୍ଟ ମୁତାବକ ୮୭ ମିନିଟର ଅଭିଭାଷଣରେ ଅର୍ଥମନ୍ତ୍ରୀ ସମସ୍ତ କ୍ଷେତ୍ର ବାବଦରେ କହିବାକୁ ଚେଷ୍ଟା କରିଥିଲେ। ସେ ଅନେକ ଥର ଏପରି କିଛି ଘୋଷଣା କରିଥିଲେ ଯେଉଁଥିରେ ଅନେକ ଥର ସାଂସଦମାନେ କରତାଳି ଦେଇଥିଲେ । ସମଗ୍ର ଦେଢ଼ ଘଣ୍ଟା ବଜେଟ୍ ଭାଷଣରେ ୧୦୪ରୁ ଅଧିକ ଥର କରତାଳି ଦିଆଯାଇଥିଲା | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ସବୁଠାରୁ କମ୍ ବଜେଟ୍ ଭାଷଣ ଦେଇଛନ୍ତି। ସେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମାତ୍ର ୮୭ ମିନିଟର ବଜେଟ୍ ଭାଷଣ ଉପସ୍ଥାପନ କରିଥିଲେ | ତେବେ ପୂର୍ବରୁ ନିର୍ମଳା ସୀତାରମଣ ଦୀର୍ଘ ସମୟ ଧରି ବଜେଟ୍ ଭାଷଣ ଦେଇଥିବାର ମଧ୍ୟ ରେକର୍ଡ ରହିଛି ।

ସେ ୨ ଘଣ୍ଟା ୪୧ ମିନିଟର ଭାଷଣ ଦେଇ ୨୦୨୦ରେ ଏହି ରେକର୍ଡ ସୃଷ୍ଟି କରିଥିଲେ | ତେବେ ୨୦୧୯ରେ ସେ ନିଜର ରେକର୍ଡ ଭାଙ୍ଗିଥିଲେ | ୨୦୧୯ରେ ନିର୍ମଳା ସୀତାରମଣ ଦୁଇ ଘଣ୍ଟା ୧୭ ମିନିଟର ଭାଷଣ ଦେଇଥିଲେ। ସେ ପୂର୍ବତନ ଅର୍ଥମନ୍ତ୍ରୀ ଜସୱନ୍ତ ସିଂଙ୍କ ଦୀର୍ଘତମ ଭାଷଣର ରେକର୍ଡ ଭାଙ୍ଗିଥିଲେ । ଉଲ୍ଲେଖନୀୟ କଥା ହେଉଛି, ୨୦୦୩ରେ ସିଂ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିଲେ। ଯଦି ଶବ୍ଦ ଅନୁଯାୟୀ ବଜେଟ୍ ଦେଖାଯାଏ, ତେବେ ସର୍ବାଧିକ ଶବ୍ଦର ବଜେଟ୍ ଭାଷଣର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ନାମରେ ଅଛି | ମନମୋହନ ସିଂ ଅର୍ଥମନ୍ତ୍ରୀ ଥିବାବେଳେ ୧୯୯୧ ମସିହାରେ ୧୮,୬୫୦ ଶବ୍ଦର ବଜେଟ୍ ଭାଷଣ ପଢିଥିଲେ । ଶବ୍ଦ ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ଜେଟଲୀ ୨୦୧୮ରେ ୧୮,୬୦୪ ଶବ୍ଦର ଭାଷଣ ପଢିଥିଲେ |

ସମ୍ବନ୍ଧିତ ଖବର