ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମଇଁଷି ଜଣେ ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ପୁଲିସ କର୍ମଚାରୀ ଜଣଙ୍କ ବାଇକରେ କୋତବାଲୀ ଯାଉଥିବା ବେଳେ ହଠାତ ଏକ ମଇଁଷି ତାଙ୍କ ସମ୍ମୁଖକୁ ଚାଲି ଆସିଥିଲା। ପୁଲିସ କର୍ମଚାରୀ ଜଣକ ଏଭଳି ପରିସ୍ଥିତିରେ କ’ଣ କରିବେ ଜାଣି ପାରୁ ନଥିବା ବେଳେ ମଇଁଷି ତାଙ୍କ ବାଇକକୁ ଠେଲା ମାରି ତଳେ ପକାଇ ଦେଇଥିଲା । ପୁଲିସ କର୍ମଚାରୀ ଜଣକ ସେଠାରୁ ବର୍ତ୍ତିବା ପାଇଁ ଯେତେ ଚେଷ୍ଟା କରିଥିଲେ ହେଁ ମଇଁଷି ତାଙ୍କ ଉପରକୁ ବାରମ୍ବାର ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା।
उत्तर प्रदेश कें #संभल जिले में भैंस ने दारोगा जी पर हमला कर दिया, फिर क्या हुआ इस वीडियो में खुद ही देख लीजिए.. pic.twitter.com/aPBnvkeJHE
— आयुष पत्रकार (@ayush_sinha7) August 31, 2020
ଅନେକ ଚେଷ୍ଟା ପରେ ପୁଲିସ କର୍ମଚାରୀ ଜଣକ ସାହସ କରି ମଇଁଷିକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। କିଛି ସମୟ ପରେ ଘଟଣାସ୍ଥଳରୁ ମଇଁଷିଟି ଚାଲିଯାଇଥିଲା । ସୌଭାଗ୍ୟବଶତଃ ପୁଲିସ କର୍ମଚାରୀ ଜଣଙ୍କୁ ବିଶେଷ କିଛି କ୍ଷତି ପହଞ୍ଚି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Untitled-1-copy-2.jpg)