ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର-ବାବ୍ରୀ ମସ୍ଜିଦ୍ ବିବାଦ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟରେ ଅକ୍ଟୋବର ୨୯ରେ ଶୁଣାଣି ଆରମ୍ଭ ହେବାକୁ ଥିବା ବେଳେ ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥମାନେ ଆଜି ବିଜେପି ନେତୃତ୍ବାଧୀନ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଅଯୋଧ୍ୟାେର ରାମ ମନ୍ଦିର ନିର୍ମାଣ ନହେଲେ ୨୦୧୯ ନିର୍ବାଚନରେ ବିଜେପି ହାରିବ ବୋଲି ସେମାନେ କହିଛନ୍ତି। ଦିଲ୍ଲୀରେ ସନ୍ଥମାନଙ୍କର ଉଚ୍ଚାଧିକାରୀ ସମିତି ବୈଠକରେ କୁହାଯାଇଛି େଯ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହୁଏ ତେବେ ବିଜେପି ନିର୍ବାଚନ ହାରିଯିବ। ଏମିତି କି ସନ୍ଥମାନେ ଧମକ ଦେଇ କହିଛନ୍ତି, ରାମ ମନ୍ଦିର ନିର୍ମାଣ ଲାଗି ସରକାର ଯଦି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନ ଦିଅନ୍ତି, ତେବେ ବିଦ୍ରୋହ ହିଁ ଏକମାତ୍ର ବିକଳ୍ପ ହେବ।
ବିଜେପିକୁ ସନ୍ଥଙ୍କ ଚରମବାଣୀ, ରାମ ମନ୍ଦିର ନହେଲେ ୨୦୧୯ରେ ହାରିବ
/sambad/media/post_attachments/wp-content/uploads/2018/09/bjp-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)