ମହାରାଷ୍ଟ୍ର : ୫ ମହଲା କୋଠା ଭୁଷୁଡ଼ିଲା, ୧ ମୃତ, ୭୦ ଫସିରହିଛନ୍ତି

ମୁମ୍ବାଇ : ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ମହାଡ ତହସିଲଠାରେ ଆଜି ଏକ ୫ ମହଲା କୋଠା ଭୁଷୁଡ଼ିପଡ଼ିବାରୁ ଜଣେ ଲୋକ ମୃତ୍ୟୁବରଣ କରିବା ସହ ଆହୁରି ପ୍ରାୟ ୭୦ ଜଣ ଲୋକ ଫସିରହିଛନ୍ତି । ଖବର ପାଇଁ ପୁନେରେ ଅବସ୍ଥାପିତ ଏନଡିଆରଏଫର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଜଣେ ମନ୍ତ୍ରୀ ଅଦିତି ଟାଟକରେ କହିଛନ୍ତି ଯେ ଘଟଣାସ୍ଥଳରୁ ୧୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଉଛି ଓ ଉଦ୍ଧାର କାମ ଜାରି ରହିଛି ।

ଏହି କୋଠାରେ ୪୭ଟି ଫ୍ଲାଟ ଥିଲା । ପ୍ରବଳ ବର୍ଷା ଯୋଗୁଁ ଏହା ଭୁଷୁଡ଼ିପଡ଼ିଥିବା ଅନୁମାନ କରାଯାଉଛି । ଏହି ଉଦ୍ଧାର କାମ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନଡିଆରଏଫ ଡିଜିଙ୍କ ସହ କଥା ହୋଇଛନ୍ତି ଓ ଯଥାଶୀଘ୍ର ଲୋକମାନଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର