ବୁଲନ୍ଦସର୍‌ ହିଂସାକାଣ୍ଡ, ଇନ୍ସପେକ୍ଟରଙ୍କ ହତ୍ୟା ପଛରେ ଯବାନ

ବୁଲନ୍ଦସର୍‌: ଗୋହତ୍ୟା ସନ୍ଦେହରେ ଉତ୍ତର ପ୍ରଦେଶର ବୁଲନ୍ଦସର୍‌ରେ ଘଟିଥିଲା ହିଂସାକାଣ୍ଡ। ହିଂସାକାଣ୍ଡର ଶିକାର ହୋଇଥିଲେ ଇନ୍ସପେକ୍ଟର ସୁବୋଧ କୁମାର ସିଂହ। ସୁବୋଧଙ୍କ ହତ୍ୟାକୁ ନେଇ ବିବାଦ ବଢୁଥିବା ବେଳେ ତାଙ୍କ ହତ୍ୟା ପଛରେ ଜଣେ ଯବାନଙ୍କ ହାତ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମେରଠ୍‌ ଜୋନ୍‌ର ଏଡିଜି ପ୍ରଶାନ୍ତ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହିଂସା ଘଟଣା‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ସେନା ଯବାନ ଜିତୁଙ୍କ ନାମ ରହିଛି। କିନ୍ତୁ ହତ୍ୟା ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ହାତ ରହିଥିବା ସ୍ପଷ୍ଟ ହୋଇନାହିଁ। ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି। ଅଧିକ ତଦନ୍ତ ପାଇଁ ରାଜ୍ୟ ପୁଲିସ ଟିମ୍‌ ଜମ୍ମୁ ଗସ୍ତ କରିଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଯବାନ ଜିତୁ ଇନ୍ସପେକ୍ଟର ସୁବୋଧଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଜିତୁ ଛୁଟିରେ ନିଜ ଗାଁକୁ ଆସିଥିଲେ। ତାଙ୍କ ନିକଟରେ ଏକ ପିସ୍ତଲ୍‌ ଥିଲା। ହିଂସା ଘଟଣା ଦିନ ‌ସେ ମଧ୍ୟ ଆସିଥି‌ଲେ। ତାଙ୍କ ପିସ୍ତଲ୍‌ରୁ ସୁବୋଧଙ୍କୁ ଗୁଳି ଚାଳନା ହୋଇଥିଲା। ଘଟଣା ପରେ ଜିତୁ ଜମ୍ମୁ ପଳାଇଥିଲେ ବୋଲି କୁହାଯାଉଛି। ରିପୋର୍ଟକୁ ମେରଠ୍‌ ଏଡିଜି ପ୍ରଶାନ୍ତ କୁମାର ଅଗ୍ରାହ୍ୟ କରିଦେଇଛନ୍ତି। ଘଟଣା‌େର ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର