ବୁଲନ୍ଦସର୍: ବୁଲନ୍ଦସର୍ ହିଂସା ଯୋଗୁ ପୁଲିସ୍ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟିବା ପରେ ଘଟଣା ସଙ୍ଗିନ୍ ହୋଇପଡ଼ିଛି। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଉତ୍ତର ପ୍ରଦେଶ ପୁଲିସ ସକ୍ରିୟ ହୋଇଉଠିଛି। ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ହିଂସା ଘଟଣାରେ ସମ୍ପୃକ୍ତ ୯୪ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରାଜ୍ୟବ୍ୟାପୀ ଚଢ଼ଉ ଜାରି ରହିଛି। ଏଥିପାଇଁ ପୁଲିସ ୬ଟିରୁ ଅଧିକ ଟିମ୍ ଗଠନ କରିଛି। ତେବେ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍ ଏବେ ଫେରାର ରହିଛି।
ରାଜ୍ୟ ପୁଲିସ ବୁଲନ୍ଦସର୍ ହିଂସା ଘଟଣାରେ ଯୋଗେଶ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରିଛି। ହିଂସାକୁ ଉଗ୍ର ବନାଇବାରେ ଯୋଗେଶ୍ର ହିଁ ହାତ ରହିଛି ବୋଲି ପୁଲିସ ଜାଣିବା ପରେ ତାକୁ ଗିରଫ କରିବାକୁ ଟିମ୍ଗୁଡ଼ିକୁ ଦାୟିତ୍ବ ଦେଇଛି।
ଇନ୍ସପେକ୍ଟର ସୁବୋଧଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀଙ୍କୁ ପୂର୍ବରୁ ଅନେକ ଥର ହତ୍ୟା ଧମକ ମିଳିଥିଲା। ତେଣୁ ସୁଚିନ୍ତିତ ଷଡ଼୍ଯନ୍ତ୍ର କରାଯାଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ୟୁପିର ବୁଲନ୍ଦସର୍ସ୍ଥିତ ଏକ ସ୍ଥାନରୁ ବିପୁଳ ପରିମାଣର ଗୋ ଅବଶେଷାଂଶ ଠାବ କରାଯିବା ପରେ ହିନ୍ଦୁ ସଂଗଠନଗୁଡ଼ିକର କାର୍ଯ୍ୟକର୍ତ୍ତା ଉତ୍ତ୍ୟକ୍ତ ହୋଇ ସୋମବାର ହିଂସାକାଣ୍ଡ ଘଟାଇଥିଲେ।
ବୁଲନ୍ଦସର୍ ହିଂସା: ୯୪ ଜଣଙ୍କ ବିରୋଧରେ ମାମଲା
O ମୃତ ଇନ୍ସପେକ୍ଟରଙ୍କୁ ମିଳିଥିଲା ହତ୍ୟା ଧମକ O ହିଂସା ପଛରେ ଯୋଗେଶ୍ର ହାତ
/sambad/media/post_attachments/wp-content/uploads/2018/12/subodh-kumar-singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)