ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ସ୍ବାସ୍ଥ୍ୟବିଭାଗର ବଡ଼ ଅବହେଳାର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଭ୍ୟାକସିନ ରଖାଯିବାକୁ ଥିବା ଫ୍ରିଜରେ ମଦ ରଖାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏହି ଘଟଣା ସାମ୍ନାକୁ ଆସିବା ପରେ ଚିନ୍ତା ପ୍ରକଟ କରିବା ସହିତ ଯାଞ୍ଚର ଆଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ସ୍ବାସ୍ଥ୍ୟବିଭାଗ ନବଜାତ ଶିଶୁଙ୍କ ପାଇଁ ସମସ୍ତ ସରକାରୀ ହସ୍ପିଟାଲରେ ବିସିଜି ପୋଲିଓ ଭ୍ୟାକସିନ ବ୍ୟତୀତ ଜୀବନ ରକ୍ଷକ ଔଷଧ, ହେପେଟାଇଟିସ ବି ଭ୍ୟାକସିନକୁ ଡିପ ଫ୍ରିଜରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କ୍ରମରେ ବୁଲନ୍ଦସହରର ଧରପାସ୍ଥିତ ସରକାରୀ ସିଏଚସିରେ ଔଷଧ, ଭ୍ୟାକସିନ ରଖାଯିବାକୁ ଥିବା ଫ୍ରିଜ ଭିତରେ ମଦ ରଖାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଦେଖିବାକୁ ପରେ କେହି ଜଣେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।
ବିଭାଗୀୟ ଅଧିକାରୀ କହିଛନ୍ତି, ‘ଘଟଣା ସାମ୍ନାକୁ ଆସିବା ପରେ ଆମେ ତୁରନ୍ତ ଏହାର ଯାଞ୍ଚ ଆଦେଶ ଦେଇଛୁ। ଯାଞ୍ଚରେ ଯିଏ ବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/4a487ea2-ccbc-4bb0-9b3a-846ec37c7f2f.jpg)