ବୁଲନ୍ଦସର ହିଂସା : ଗୋହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍ଏ ଲାଗୁ

ଲ‌କ୍ଷ୍ନୌ : ଗୋହତ୍ୟା ସନ୍ଦେହରେ ବୁଲନ୍ଦସର‌ରେ ଗତ ଡିସେମ୍ବର ୩ ତାରିଖରେ ଘଟିଥିବା ହିଂସା ଘଟଣାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଆଜି ୟୁପି ପୁଲିସ ଏନ୍‌ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ କରିଛି। ଗୋହତ୍ୟା ପ୍ରତିବାଦରେ ଘଟିଥିବା ହିଂସାରେ ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହ ଏବଂ ଜଣେ ୨୦ ବର୍ଷୀୟ ଯୁବକ ସୁମିତ କୁମାର ପ୍ରାଣ ହରାଇଥିଲେ। ଜିଲ୍ଲାପାଳ ଅନୁଜ ଝା’ଙ୍କ କହିବା ଅନୁଯାୟୀ ଗୋ ହତ୍ୟା ମାମଲାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସଏ ଲାଗୁ ହୋଇଛି। ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ କେତେଜଣ ସ୍ବୀକାର କରିଛନ୍ତି ଯେ ସେମାନେ ଡିସେମ୍ବର ୧ ଏବଂ ୨ ତାରିଖ‌ରେ ନୟାଗାଓଁ ଏବଂ ମାହାଓ ଗ୍ରାମରେ ୪ଟି ଗୋ ହତ୍ୟା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପ୍ରବଳ ହିଂସା ଉପୁଜିଥିଲା। ଉଲ୍ଲେଖଯୋଗ୍ୟ ବୁଲନ୍ଦସର ହିଂସା ଘଟଣାରେ ଦୁଇଟି ପୃଥକ୍‌ ଏତଲା ରୁଜୁ ହୋଇଛି। ହିଂସା ମାମଲାରେ ୮୦ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିବା ବେଳେ ଗୋହତ୍ୟା ମାମଲାରେ ୨୭ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ‌ହୋଇଛି।

ସମ୍ବନ୍ଧିତ ଖବର