ବୁଲନ୍ଦସହର ହିଂସା : ଅଭିଯୁକ୍ତକୁ ଜାମିନ୍‌ ମିଳିବା ପରେ ସହିଦ୍‌ ଇନ୍‌ସ୍ପେକ୍ଟରଙ୍କ ପତ୍ନୀ କହିଲେ; ଦିନେ ଏମାନେ ମୋତେ ବି ହତ୍ୟା କରିବେ

ଭୋପାଳ : ବୁଲନ୍ଦସହର ହିଂସାର ଅଭିଯୁକ୍ତ ଯୋଗେଶ ରାଜ୍‌ଙ୍କୁ ଜାମିନ୍‌ ମିଳିବା ପରେ ଖବରଟି ସହିଦ୍‌ ଇନ୍ସପେକ୍ଟରଙ୍କ ପରିବାରକୁ ଶକ୍ତ ଧକ୍କା ଦେଇଛି । ସହିଦ୍‌ ସୁବୋଧ କୁମାର ସିଂହଙ୍କ ପତ୍ନୀ ଏହି ଖବର ଶୁଣି ନିରାଶ ହେବା ସହ, ନିନେ ଏମାନେ ମୋତେ ମାରିଦେବେ । ତେବେ ଯାଇ ସବୁ ଠିକ୍‌ ହେବ । କେହି କିଛି ବି କରୁ ନାହାନ୍ତି ବୋଲି କହିଛନ୍ତି ।

ସୂଚନା ମୁତାବକ, ବୁଲନ୍ଦସହରରେ ହୋଇଥିବା ଭିଡ଼ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ ଇନ୍ସପେକ୍ଟର ସୁବୋଧ କୁମାର ସିଂହ । ଯାହା ପରେ ଏହି ହତ୍ୟାକାଣ୍ଡ ପାଇଁ କିଛି ଜଣଙ୍କୁ ଗିରଫ କରିଥିଲା ପୁଲିସ । ମୁଖ୍ୟ ଅଭିଯୁକ୍ତଭାବେ ଯୋଗେଶଙ୍କୁ ପୁଲିସକୁ ଗିରଫ କରିଥିବା ବେଳେ ଏବେ ତାକୁ ଜାମିନ୍‌ ମିଳିବାରୁ ସହିଦ୍‌ ସୁବୋଧ କୁମାରଙ୍କ ପରିବାର ଲୋକେ ନିରାଶ ହୋଇଛନ୍ତି ।

jansatta.com

ପତ୍ନୀ ରଜନୀ ସିଂହ କହିଛନ୍ତି କି, ଏହି ରାୟକୁ ଶୁଣି ମୁଁ ନିରାଶ ହୋଇଛି । କେହି କିଛି କରୁ ନାହାନ୍ତି । ଏମିତି ଲାଗୁଛି କି, ଏମାନେ ଦିନେ ମୋତେ ହିଁ ହତ୍ୟା କରିଦେବେ । ସେ ସମୟରେ କେହି ଶୁଣିବା ବାଲା ନଥିବେ କି କେହି କହିବା ବାଲା ମଧ୍ୟ ନଥିବେ ।

ସମ୍ବନ୍ଧିତ ଖବର