ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ଥିବା ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ୍ ; ଘଣ୍ଟାକୁ ୧୩ କି‌ଲୋମିଟର ବେଗରେ ଗତି କରୁଛି

ପାରାଦୀପଠାରୁ ୩୧୦ କିଲୋମିଟର ଦୂରରେ ରହିଛି

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ଝଡ଼ ବୁଲବୁଲକୁ ନେଇ ଏକ ନୂଆ ବୁଲେଟିନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ନୂଆ ବୁଲେଟିନ ଅନୁସାରେ ବୁଲବୁଲ୍ ଏବେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।

ଏବେ ଏହା ପାରାଦୀପଠାରୁ ୩୧୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ଓ ସାଗର ଦ୍ୱୀପଠାରୁ ୪୫୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ରହିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ବୁଲବୁଲ୍ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ। ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ଣ ୨ଟାରେ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯିବ । ଏହା ଆସନ୍ତାକାଲି ଅର୍ଥାତ ୯ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଏକ ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ସୁନ୍ଦରବନ ତ୍ରିକୋଣଭୂମି ଅଞ୍ଚଳରେ ଥିବା ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟବର୍ତ୍ତୀ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର କେତେକ ସ୍ଥଳେ ୧୩୫ କମି ଛୁଇଁବ । ଘଣ୍ଟାକୁ ୧୩ କି‌ଲୋମିଟର ବେଗରେ ଗତି କରୁଛି ବୁଲବୁଲ୍।

ଯଦିଓ ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ  ତଥାପି ୪ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛି ଆଞ୍ଚଳିକ ପାଣିପାଗ ବିଭାଗ | ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଆଜି ଏକ  ସାମ୍ବାଦିକ ସମ୍ମିଳନୀ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି | ୪ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି | ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ |

ଆଜି ରାତିରୁ କାଲି ଯାଏଁ ପ୍ରବଳ ବର୍ଷା ହେବ | ସନ୍ଧ୍ୟା ସୁଦ୍ଧା ୬୫ କିଲୋମିଟର ବେଗରେ ପବନ ବହିବ | ସେହିପରି ବୁଲବୁଲ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ | ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ | ସେହିପରି ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି | ଅନ୍ୟପଟେ ବାତ୍ୟା ଫନି ଠାରୁ ବୁଲବୁଲ ପ୍ରଭାବ କମ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର