ପାଟନା: ହାତକଡ଼ି ଲଗାଇ ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଲେ ଆଶାୟୀ ପ୍ରାର୍ଥୀ | ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କଲେ ଓ ପୁଣି ଜେଲକୁ ଫେରିଆସିଲେ | ବିହାରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୨୪ରେ ବିହାର ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ତାରିଖ ଶେଷ ହେବା ପରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଚାଲିଛି | ଏହି କ୍ରମରେ ଆଜି ବିହାରର ଗୟା ଜିଲ୍ଲାର ଟିକାରି ବ୍ଲକର ଲାଓ ଗ୍ରାମପଞ୍ଚାୟତର ସରପଞ୍ଚ ପାଇଁ ନାମାଙ୍କନ ଦାଖଲ କରିବାକୁ ପ୍ରାର୍ଥୀ ଆସିଥିଲେ |
ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ଆଶୁତୋଷ କୁମାର ମିଶ୍ର ଓରଫ ବୁଲେଟ ବାବାଙ୍କୁ ହାତରେ ହାତକଡ଼ି ପକାଇ ପୁଲିସ ଆଣିଥିବାବେଳେ ତାଙ୍କ ସମର୍ଥକମାନେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିଥିଲେ | ନାମାଙ୍କନ ଦାଖଲ ପରେ ପୁଣିଥରେ ପୁଲିସ ତାଙ୍କୁ ଜେଲକୁ ନେଇଯାଇଥିଲା | ସୂଚନା ମୁତାବକ ବୁଲେଟ ବାବାଙ୍କ ବିରୋଧରେ ଆର୍ମସ୍ ଆକ୍ଟର ଏକ ମାମଲା ରୁଜୁ ହୋଇଥିଲା। ଏଥି ସହିତ ବିହାର ବିଧାନସଭା ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏଭଳି ପରିସ୍ଥିତିରେ ୱାରେଣ୍ଟ ଜାରି ହେବା ପରଠାରୁ ସେ ଫେରାର ଥିଲେ |
ତେବେ, ଅଗଷ୍ଟ ୧୭, ୨୦୨୧ ରେ ସେ ଗୟା କୋର୍ଟରେ ଆତ୍ମସମର୍ପଣ କରିଥିଲେ | ଯେଉଁଠାରୁ ତାଙ୍କୁ ଗୟା କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା। ତେବେ ଆଜି ତାଙ୍କୁ ଗୟା କେନ୍ଦ୍ରୀୟ ଜେଲରୁ ବ୍ୟାପକ ପୁଲିସ ସୁରକ୍ଷାରେ ଟିକାରି ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା, ଯେଉଁଠାରେ ସେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲା । ସେ କହିଛନ୍ତି ଯେ ରାଜନୈତିକ ଷଡଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଛି | କିନ୍ତୁ ଜନସାଧାରଣ ଏବଂ କୋର୍ଟ ଉପରେ ତାଙ୍କର ବିଶ୍ୱାସ ରହିଛି। ସେ ପୁନର୍ବାର ସରପଞ୍ଚ ହେବେ ଓ ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେବେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/b72f519e-68a8-495d-be9b-030a450510d5.jpg)