ନୂଆଦିଲ୍ଲୀ : ଭାରତର ବୁଲେଟ୍ ଟ୍ରେନର ସ୍ୱପ୍ନ ଏବେ ବାସ୍ତବତା ଆଡ଼କୁ ଗତି କରୁଛି। ମୁମ୍ବାଇ ଏବଂ ଅହମ୍ମଦାବାଦ ବୁଲେଟ ଟ୍ରେନ ସଂପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଘୋଷଣା କରିଛନ୍ତି ଯେ ହାଇ-ସ୍ପିଡ୍ ରେଳ କରିଡର ସହିତ ଷ୍ଟେସନଗୁଡ଼ିକର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୭ ସୁଦ୍ଧା ଏହା ସମାପ୍ତ ହେବ। ସେ କହିଛନ୍ତି ଯେ ଏହା ଯାତ୍ରୀମାନଙ୍କ ପାଇଁ ଖୋଲାଯିବାକୁ ଥିବା ବୁଲେଟ୍ ଟ୍ରେନ୍ ର ପ୍ରଥମ ପର୍ଯ୍ୟାୟ। ରେଳମନ୍ତ୍ରୀ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଏହା ସଂସ୍କୃତି, ପରିବେଶ ଏବଂ ସଂଯୋଗୀକରଣର ଏକ ସୁନ୍ଦର ମିଶ୍ରଣ ହେବ।

Advertisment

ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ୧୨ଟି ଷ୍ଟେସନ ରହିବ ଓ ଦୁଇ ସହର ମଧ୍ୟରେ ଦୂରତ୍ବ ୫୦୮ କିଲୋମିଟର ଥିବାବେଳେ ଏଥିପାଇଁ ମାତ୍ର ୨ ଘଣ୍ଟା ଲାଗିବ ।
ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ପାଇଁ, ଦୁଇ ସହର ମଧ୍ୟରେ ୨୫ଟି ନଦୀ ସେତୁ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୨୧ଟି ଗୁଜରାଟରେ ଏବଂ ୪ଟି ମହାରାଷ୍ଟ୍ରରେ ଅଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର ସହିତ ଷ୍ଟେସନଗୁଡ଼ିକୁ ମଧ୍ୟ ଏକ ଅନନ୍ୟ ଉପାୟରେ ଡିଜାଇନ୍ କରାଯାଉଛି। ଏହି ଷ୍ଟେସନଗୁଡ଼ିକୁ ଅତ୍ୟନ୍ତ ଆଧୁନିକ ଏବଂ ସ୍ଥାନୀୟ ସଂସ୍କୃତିକୁ ପ୍ରତିଫଳିତ କରିବା ପାଇଁ ଡିଜାଇନ୍ କରାଯାଇଛି।