ରବି କିଶନଙ୍କୁ ୩ କୋଟି ଟଙ୍କାର ଚୁନା ଲଗାଇଲେ ବିଲଡର

ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ତଥା ଉତ୍ତରପ୍ରଦେଶର ଗୋରଖପୁରର ସାଂସଦ ରବି କିଷାନ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ବିଜେପି ସାଂସଦ ରବି କିଶନଙ୍କୁ ୩.୨୫ କୋଟି ଟଙ୍କା ଠକିଛନ୍ତି। ଆଉ ସାଂସଦ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସାଂସଦଙ୍କ ଜନସମ୍ପର୍କ ଅଧିକାରୀ ପୱନ ଦୁବେ କହିଛନ୍ତି ଯେ ରବି କିଶନଙ୍କୁ ମୁମ୍ବାଇର ଜଣେ ବ୍ୟବସାୟୀ ୩.୨୫ କୋଟି ଟଙ୍କା ଠକିଛନ୍ତି | ଏହି ଘଟଣାକୁ ନେଇ କ୍ୟାଣ୍ଟ ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ଯେ ଏକ ଅଭିଯୋଗ ପଞ୍ଜୀକୃତ ହୋଇଛି ଏବଂ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇପିସିର ଧାରା ୪୦୬ ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି।

ମିଳିଥିବା ସୂଚନା ମୁତାବକ ମୁମ୍ବାଇରେ ଏକ ଫ୍ଲାଟ ପାଇଁ ରବି ୨୦୧୨ ମସିହାରେ ରବି, ବିଲଡର ଜିତେନ୍ଦ୍ର ରମେଶଙ୍କୁ ୩.୨୫ କୋଟି ଟଙ୍କା ଦେଇଥିଲେ | ପରେ ଘର ଦେବାକୁ ଵିଳମ୍ବ କରିବାରୁ ସାଂସଦ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ | ଆଉ ବିଲଡର ଜଣକ ତାଙ୍କୁ ୩୪ ଲକ୍ଷ ଟଙ୍କାର ୧୨ଟି ଚେକ୍ ଦେଇଥିଲେ, ଯେତେବେଳେ ସାଂସଦ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗୋରଖପୁର ଶାଖାରେ ଚେକ୍ ଜମା କରିଥିଲେ, ସେତେବେଳେ ଚେକ୍ ବାଉନ୍ସ ହୋଇଯାଇଥିଲା । ଏନେଇ ବିଲଡରଙ୍କୁ ରବି ଜଣାଇଥିଲେ ବି ସେ ଶୁଣିନଥିଲେ | ଯେତେବେଳେ ବ୍ୟବସାୟୀଙ୍କୁ ଟଙ୍କା ମାଗିବା ସତ୍ତ୍ୱେ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇନଥିଲେ, ସାଂସଦ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର