ମଦୁରାଇ : ତାମିଲନାଡ଼ୁର ଲୋକପ୍ରିୟ ଷଣ୍ଢ ଲଢ଼େଇ ଖେଳ ଜାଲ୍ଲିକାଟ୍ଟୁ ଉତ୍ସବରେ ଆଜି ଜଣେ ଦର୍ଶକଙ୍କ ଜୀବନ ଯାଇଛି। ମଦୁରାଇ ଜିଲ୍ଲା ପାଲାମେଡ଼ୁରେ ଚାଲିଥିବା ଉକ୍ତ ପାରମ୍ପରିକ ଜାଲ୍ଲିକାଟ୍ଟୁ ଉତ୍ସବ ଦେଖିବାକୁ ଆସିଥିବା ଏହି ୧୯ ବର୍ଷୀୟ ଯୁବକଙ୍କର ଷଣ୍ଢ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ପାଲାମେଡ଼ୁରେ ଆଜି ସକାଳୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବରେ ପାଖାପାଖି ୪୫୫ଟି ଷଣ୍ଢ ଅଂଶଗ୍ରହଣ କରିଥିଲେ। ପବିତ୍ର ମକର ପର୍ବ ଅବସରରେ ରବିବାରଠାରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆସନ୍ତାକାଲି ସରିବ। ଚଳିତବର୍ଷ ଏଥିରେ ପାଖାପାଖି ୧,୦୦୦ ଜଣ ଷଣ୍ଡ ମାଲିକ ଏବଂ ୩,୦୦୦ ଷଣ୍ଢ ଅଂଶଗ୍ରହଣ କରିଛନ୍ତି।
ଜାଲ୍ଲିକାଟୁ ଦର୍ଶକଙ୍କୁ ଷଣ୍ଢ ଦଳିଦେଲା
/sambad/media/post_attachments/wp-content/uploads/2018/01/jalikattu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)