ଏକ୍ସ-ରେରୁ ଜଣାପଡିଲା ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରୁ ଫସିଯାଇଥିବା ଗୁଳି

ବେଜିଙ୍ଗ: ଏକ୍ସ-ରେରୁ ଜଣାପଡିଲା ଏମିତି କିଛି କଥା ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ବାସ୍ତବରେ ଚାଇନାର ଜଣେ ୯୫ ବର୍ଷୀୟ ପୂର୍ବ ସୈନିକ କିଛିଦିନ ହେଲା ବେକରେ ଯନ୍ତ୍ରଣା ଅନୁଭବ କରୁଥିଲେ | ଆଉ ଯେତେବେଳେ ବେକ ଯନ୍ତ୍ରଣା ଅସହ୍ୟ ହୋଇପଡିଥିଲା, ସେତେବେଳେ ସେ ଡାକ୍ତରଖାନାକୁ ଯାଇଥିଲେ | ଡାକ୍ତରଖାନାରେ ତାଙ୍କ ବେକରେ ଏକ୍ସ-ରେ ଏବଂ ଏମଆରଆଇ କରିବା ପରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଡାକ୍ତରଙ୍କଠାରୁ ଆରମ୍ଭ କରି ଖୋଦ ରୋଗୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏକ୍ସରେରେ ଦେଖିବାକୁ ମିଳିଥିଲା ଯେ ଉକ୍ତ ସୈନିକଙ୍କ ବେକରେ ଏକ ଗୁଳି ଫସି ରହିଯାଇଛି | ତେବେ ବଡ କଥା ଯେ ଏହି ଗୁଳି ଫସି ରହିବା ଘଟଣାକୁ ୫୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ତାଙ୍କର କୌଣସି ସମସ୍ୟା ହୋଇନାହିଁ |

ରିପୋର୍ଟ ଅନୁଯାୟୀ ୯୫ ବର୍ଷୀୟ ସୈନିକ ଜାଓ ହି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାଗ ନେଇଥିଲେ | ସେହି ସମୟରେ ଅନେକ ଗୁଳି ତାଙ୍କ ଦେହରେ ବାଜିଥିଲା | କିନ୍ତୁ ସେତେବେଳେ ସଫଳତା ପୂର୍ବକ ତାଙ୍କର ଅପରେସନ କରାଯାଇ ଗୁଳି ବାହାର କରାଯାଇଥିଲା ଓ ତାଙ୍କର ଜୀବନ ବଂଚିଯାଇଥିଲା | କିନ୍ତୁ ବେକରେ ଗୁଳିଟିଏ ରହିଯାଇଛି ବୋଲି କେହି ଜାଣିପାରିନଥିଲେ | ଆଉ ଏବେ ଏକ୍ସ-ରେ ପରେ ଏହି ଗୁଳି ଥିବାର ଜଣାପଡିଛି | ଏନେଇ ଅବସରପ୍ରାପ୍ତ ସୈନିକ କହିଛନ୍ତି ଯେ ଏହି ବୁଲେଟ୍ କାରଣରୁ ତାଙ୍କ ଶରୀରରେ କୌଣସି ବିଷ ବ୍ୟାପି ନଥିଲା ଏବଂ ସେ ସାଧାରଣ ଜୀବନଯାପନ ଜାରି ରଖିଥିଲେ, ତେଣୁ ତାଙ୍କର କୌଣସି ଦୁଃଖ ନାହିଁ।

ସମ୍ବନ୍ଧିତ ଖବର