ନୂଆଦିଲ୍ଲୀ: ଜଣେ ପୂର୍ବତନ ସୈନିକଙ୍କ ଗଳାରେ ୭୭ବର୍ଷ ହେବ ଗୁଳି ଫସିଥିବା ନେଇ ଏକ ଖବର ସାମ୍ନାକୁ ଆସିଛି। ଏହି ସୈନିକଙ୍କ ବୟସ ୯୫ବର୍ଷ ହେବ। ବୃଦ୍ଧ ସୈନିକ ଜଣକ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିଲେ। ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ସମୟରେ ଆଶ୍ଚର୍ଯ୍ୟଜନକ ଏକ୍ସରେ ରିପୋର୍ଟ ଆସିଥିଲା।

Advertisment

ଏହି ରିପୋର୍ଟରୁ ଜଣାପଡ଼ିଥିଲା କି ତାଙ୍କ ଗଳାରେ ଏକ ଗୁଳି ଫସି ରହିଛି। ଏହି ଗୁଳି ପୁଣି କିଛମାସ ଓ ବର୍ଷକ ପୂର୍ବରୁ ତାଙ୍କ ଗଳାରେ ଫସି ରହିନି, ଦୀର୍ଘ ୭୭ବର୍ଷ ହେବ ତାଙ୍କ ଗଳାରେ ଗୁଳି ଫସି ରହିଥିବା ଜଣାପଡ଼ିଛି। ତେବେ ଏନେଇ ବୃଦ୍ଧ ସୈନିକଙ୍କୁ କେବେ କିଛି ଅସୁବିଧା ହୋଇ ନଥିଲା ବୋଲି ସେ କହିଛନ୍ତି। ବୃଦ୍ଧ ସୈନିକଙ୍କ ନାମ ଝାଓ, ସେ ଚୀନରେ ବସବାସ କରନ୍ତି। ସେ ଜଣେ ଅବସରପ୍ରାପ୍ତ ସୈନିକ ।

ନିକଟରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଗଳାର ଏକ୍ସରେ କରାଯାଇଥିଲା। ସେହି ସମୟରେ ପ୍ରଥମଥର ଜଣାପଡ଼ିଲା କି ତାଙ୍କ ଗଳାରେ ଏକ ଗୁଳି ଫସି ରହିଛି। ଯାହା ତାଙ୍କୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଲାଗିଥିଲା।

ଝାଓଙ୍କ ଜ୍ବାଇଁଙ୍କ କହିବାନୁସାରେ, ତାଙ୍କ ଶ୍ବଶୁରଙ୍କ ଗଳାରେ ଗୁଳି ଫସି ରହିଥିବା କେହି ବି ଜାଣି ନଥିଲେ। ଗଳାରେ ଗୁଳି ଫସି ରହିଥିଲେ ସୁଦ୍ଧା ଏନେଇ ଶ୍ବଶୁରଙ୍କୁ କେବେ କିଛି ଅସୁବିଧା ହୋଇନାହିଁ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ତାଙ୍କ ଉପରକୁ ଅନେକ ଥର ଗୁଳି ମାଡ଼ ହୋଇଥିଲା। ଏବେ ବି ତାଙ୍କ ଶରୀରର ଅନେକ ସ୍ଥାନରେ ଗୁଳି ଦାଗ ରହିଛି।

ଝାଓଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ, ୭୭ବର୍ଷ ଧରି ଗଳାରେ ଫସି ରହିଥିବା ଗୁଳିକୁ ଏବେ ବି ଅସ୍ତ୍ରୋପଚାର କରି ବାହାର କରାଯାଇ ପାରିବ ନାହିଁ। କାରଣ ଝାଓଙ୍କ ବୟସ ଅଧିକ ହୋଇଯାଇଛି। ଅସ୍ତ୍ରୋପଚାର ସମୟରେ ତାଙ୍କ ଜୀବନ ଉପରେ ବିପଦ ରହିଛି।

ଏହି ଘଟଣାକୁ ନେଇ ଝାଓ କହନ୍ତି, ‘ଗଳାରେ ଗୁଳି ଫସି ରହିଥିବା ସତ୍ତ୍ବେ ଏତେ ବର୍ଷ ଧରି ମୁଁ ବିନା ଯନ୍ତ୍ରଣାରେ ଦିନ କାଟିଛି। ଆଉ କେଇଟା ଦିନ ବଞ୍ଚିବି ଯେ ଅସ୍ତ୍ରୋପଚାର କରିବି। ଯେମିତି ଅଛି ମୋତେ ସେମିତି ଛାଡ଼ି ଦିଅ।’