ବୁଲେଟ୍ ଟ୍ରେନ ପ୍ରକଳ୍ପରେ ବ୍ରେକ୍ ! ପାଣ୍ଠି ଦେଉଥିବା ଜାପାନୀ ସଂସ୍ଥା ଅର୍ଥ ଯୋଗାଣ ବନ୍ଦ କଲା

ଗାନ୍ଧିନଗର : ବୁଲେଟ୍ ଟ୍ରେନ ପ୍ରକଳ୍ପରେ ବ୍ରେକ୍ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଅର୍ଥ ଯୋଗାଉଥିବା ଜାପାନୀ କମ୍ପାନି ଜାପାନ ଇଣ୍ଟରନ୍ୟୋସନାଲ ଏଜେନ୍ସି ବୁଲେଟ୍ ଟ୍ରେନ୍ ନେଟୱର୍କ (ଜିକା) ଅର୍ଥ ଯୋଗାଣ ବନ୍ଦ କରିଦେଇଛି । ଏହି ପ୍ରକଳ୍ପକୁ ନେଇ ଆଗକୁ ବଢ଼ିବା ପୂର୍ବରୁ ଦେଶର କୃଷକଙ୍କ ସମସ୍ୟା ଉପରେ ପ୍ରଥମେ ଧ୍ୟାନ ଦେବା ପାଇଁ ମୋଦି ସରକାରଙ୍କୁ ପରାମର୍ଶ ଦେଇଛି ଏହି ଜାପାନୀ ସସ୍ଥା।

ଏକ ଲକ୍ଷ କୋଟି ଟଙ୍କାର ବିଦେଶୀ ଋଣ ଆଣି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣ କରିବାର ଯୋଜନା କରିଥିଲେ ମୋଦି ସରକାର । ତେବେ ମହାରାଷ୍ଟ୍ର ଓ ଗୁଜୁରାଟର କୃଷକଙ୍କ ବିରୋଧ ଯୋଗୁଁ ପ୍ରସ୍ତାବିତ ଟ୍ରେନ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅଧାରେ ଅଟକି ରହିଛି । ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରିଛନ୍ତି । ତେବେ ସେପଟେ ଜାପାନ କମ୍ପାନି ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ ୨୦୨୨ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପୁରା ହେବ ବୋଲି ଲକ୍ଷ୍ୟ ଥିଲା । ଏପଟେ ଜାପାନ ଅର୍ଥ ଦେବାକୁ ମନା କରିବା ପରେ ପଶ୍ନ ଉଠୁଛି ଠିକ୍ ସମୟରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇପାରିବତ ?

VOA Learning English

ବୁଲେଟ ଟେନ୍ ପ୍ରକଳ୍ପରେ ସାମିଲ ଦୁଇ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ରର କୃଷକ ନିଜ ଜମି ପାଇଁ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି । କ୍ଷତିପୂରଣ ବ୍ୟତୀତ କୃଷକମାନେ ଅନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି । ସରକାର ଉକ୍ତ ଅଚଳରେ ପୋଖରୀ, ସ୍କୁଲ, ସୋଲାର ଲାଇଟ୍, ଗ୍ରାମ୍ୟସ୍ତରରେ ମେଡ଼ିକାଲ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଦାବି କରୁଛନ୍ତି କୃଷକ ।

ବୁଲେଟ୍ ଟେନ୍ ପ୍ରକଳ୍ପ ପାଇଁ ଜାପାନୀ ଏଜେନ୍ସି ଏବେ ପର୍ଯ୍ୟନ୍ତ ପାଖାପଖି ୧୨୫ କୋଟି ଟଙ୍କା ଯୋଗାଇ ସାରିଛି । ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପକୁ ୨୦୨୨ ପର୍ଯ୍ୟନ୍ତ ପୁରା କରିବା ପାଇଁ ଜାପାନ ୮୦ହଜାର କୋଟି ଟଙ୍କାର ଯୋଗାଇ ଦେବା ପାଇଁ ଚୁକ୍ତି ହୋଇଥିଲା । ଜିକା ଜାପାନ ସରକାରଙ୍କ ଏକ ଏଜେନ୍ସି । ଏହି ଏଜେନ୍ସି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସାମାଜିକ ଓ ଆର୍ଥିକ ନୀତିର ନିର୍ଦ୍ଧାରଣ କରିଥାଏ । ୨୦୨୨ସୁଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ମୋଦି ସରକାର ।

Zee Business
ସମ୍ବନ୍ଧିତ ଖବର