ଦିଲ୍ଲୀ-ବାରଣାସୀ ମଧ୍ୟରେ ଗଡିପାରେ ବୁଲେଟ ଟ୍ରେନ !

ନୂଆଦିଲ୍ଲୀ: ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ ନେଇ ମଞ୍ଜୁରୀ ମିଳିସାରିଥିବାବେଳେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ବୁଲେଟ ଟ୍ରେନ ଚାଲିବା ନେଇ ଆଶା ଦେଖାଦେଇଛି | ନୂଆଦିଲ୍ଲୀ-ବାରଣାସୀ ମଧ୍ୟରେ ବୁଲେଟ ଟ୍ରେନ ଚଳାଇବାକୁ ସ୍ଥିତି ବାବଦରେ ଆମେରିକା କମ୍ପାନୀ ମୋଟ ମେକନାଲଡ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି | ଆସନ୍ତା ମାସରେ ବଜେଟ ଉପସ୍ଥାପନବେଳେ ରେଳ ଲାଇନ ନିର୍ମାଣ ନେଇ ଏହି ପ୍ରସ୍ତାବକୁ ବଜେଟରେ ସାମିଲ କରାଯାଇପାରେ |

ଯାହାପରେ ଜମି ଅଧିଗ୍ରହଣ ସହ ନିର୍ମାଣ ଆରମ୍ଭ ହୋଇପାରେ | ତେବେ ସମ୍ପୂର୍ଣ୍ଣ ସରିବାକୁ ୫ରୁ ୭ ବର୍ଷ ଲାଗିଯାଇପାରେ | ଦିଲ୍ଲୀ-ବାରଣାସୀ ଛଡା କେନ୍ଦ୍ର ସରକାର ଅନ୍ୟ ୫ଟି ରୁଟର ସ୍ଥିତି ବାବଦରେ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରିଛନ୍ତି | ଏସବୁ ରୁଟ ଗୁଡିକ ହେଉଛି ଦିଲ୍ଲୀ-ଅମୃତସର, ଚେନ୍ନାଇ-ବାଙ୍ଗାଲୋର, ଦିଲ୍ଲୀ-ଭୋପାଳ, କୋଲକାତା-ଟାଟାନଗର, କୋଲକାତା -ଧନବାଦ | ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ ଟ୍ରେନ ନିର୍ମାଣ ଆସନ୍ତା ୨୦୨୨ ସୁଦ୍ଧା ସରିଯିବ | ଏଥିପାଇଁ ଅଧାରୁ ଅଧା ଜମି ଅଧିଗ୍ରହଣ ସରିଲାଣି |

ନଭେମ୍ବରରୁ ଟ୍ରାକ ନିର୍ମାଣ ହେବାକୁଥିବା ବେଳେ ବର୍ଷେ ପୂର୍ବରୁ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି | ଏହି ରୁଟ ପାଇଁ ୧.୧ ଲକ୍ଷ କୋଟି ଟଙ୍କା ଅଟକଳ ରଖାଯାଇଛି | ଏଥିରୁ ୯୦ ହଜାର କୋଟି ଟଙ୍କା ଜାପାନ ଇନ୍ଟରନ୍ୟାଶନାଲ କର୍ପୋରେସନ ଏଜେନ୍ସି ଋଣ ଦେଇଛି |

ସମ୍ବନ୍ଧିତ ଖବର