ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ମନ୍ଥର ହୋଇଛି ବୁଲେଟ ଟ୍ରେନ ପ୍ରକଳ୍ପ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପ୍ରକଳ୍ପ ଅହମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ହେଉଛି । ଇତି ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ସବୁ ବୈଧାନିକ ମଂଜୁରୀ ମିଳିସାରିଛି । ସେହିପରି ବୁଲେଟ ଟ୍ରେନର ଆଲାଇନମେଣ୍ଟ ଓ ଡିଜାଇନ ଚୂଡ଼ାନ୍ତ ହୋଇଯାଇଛି ବୋଲି ରେଲ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ।

ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଟିକିଏ ମନ୍ଥର ଗତିରେ ଚାଲିଥିବା ସେ କହିଛନ୍ତି । ଗୁଜୁରାଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଶାନୁରୂପ ଭାବେ ଚାଲିଥିଲେ ମଧ୍ୟ ମହାରାଷ୍ଟ୍ରରେ ଏହା ପଛେଇ ଯାଇଛି । ଆହୁରି ମଧ୍ୟ କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ଓ ଅନ୍ୟାନ୍ୟ କଟକଣା ଯୋଗୁଁ ମଧ୍ୟ ଜମି ଅଧିଗ୍ରହଣ ପଛେଇ ଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ ପ୍ରକଳ୍ପକୁୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି । ୨୦୧୭ ସେପ୍ଟେମ୍ବର ମାସରେ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ । ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ ।

ସମ୍ବନ୍ଧିତ ଖବର